ବେଆଇନ ନିଯୁକ୍ତିର ଗୁମର ଫିଟୁଛି !
କେନ୍ଦ୍ରାପଡା,(ଯୁଗାବ୍ଦ ନୁ୍ୟଜ୍): ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଦିନକୁଦିନ ବେଆଇନ ନିଯୁକ୍ତି ଓ ଗୁରୁତ୍ତର ଅନୀୟମିତତା ସମ୍ପର୍କରେ ତଥ୍ୟ ମିଳିବାରେ ଲାଗିଛି । ପ୍ରଥମେ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଜଣେ କିରାଣୀକୁ ଦୁଇ ଦୁଇ ଥର ନିଯୁକ୍ତି ପ୍ରଦାନକରି ଏକକାଳିନ ଏକମାତ୍ର କଲେଜର ଷ୍ଟାଫ ଭାବରେ ତାଙ୍କୁ ୫୬ହଜାର ୪୩୯ଟଙ୍କା ଦରମା ପ୍ରଦାନ କରିବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଦ୍ୱିତୀୟରେ କଲେଜ ପାଠାଗାର ନିମନ୍ତେ ବହି କିଣିବାକୁ ୨ମାସ ମଧ୍ୟରେ ଦୁଇ ଦୁଇ ଥର ୭୦ହଜାର କରି ଏକଲକ୍ଷ ୪୦ହଜାର ଟଙ୍କାର ଅଗ୍ରୀମ ପ୍ରଦାନ କରିବାକୁ ଅଧ୍ୟକ୍ଷାଙ୍କ ବେଆଇନ ମଞ୍ଜୁରୀ ନିର୍ଦେଶ ପରେ ତୃତୀୟରେ ୬ଜଣ କିରାଣିଙ୍କ ନିଯୁକ୍ତି ସାକ୍ଷାତକାର ନିମନ୍ତେ କଲେଜ ପକ୍ଷରୁ ଡକାଯାଇଥିବା ଏକ୍ସପୋର୍ଟ ଅଧ୍ୟାପକ ଓ ତାଙ୍କ ଦ୍ୱାରା ୬ଜଣ କିରାଣି ପ୍ରାର୍ଥୀଙ୍କ ସାକ୍ଷାତକାର କରାଯାଇ ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ କଲେଜରେ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ଏବେ ସଂପୃକ୍ତ ଏକ୍ସପୋର୍ଟ ଅଧ୍ୟାପକ ଡି.କେ.ଭୂୟାଁ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ଏଭଳି କୈାଣସି ସାକ୍ଷାତକାରରେ ଏକ୍ସପୋର୍ଟ ଭାବେ ଯୋଗଦେଇନାହାନ୍ତି ବୋଲି କହିବା ଘଟଣା ସାଧାରଣରେ ଚାଚଂଲ୍ୟ ଖେଳାଇ ଦେଇଛି । ଏବେ ପୁଣି ସେହି ମହିଳା କଲେଜରେ ଜଣେ ଅଧ୍ୟାପିକାଙ୍କୁ ୫ଥର ନିଯୁକ୍ତି ଓ ସେ ପାଂଚ ଥର ଯୋଗଦାନ କରିଥିବା ଭଳି ତଥ୍ୟ କଲେଜରେ ତଦନାନ୍ତିନ କଲେଜ ଅଧ୍ୟକ୍ଷ ବିପିନ ବିହାରି ବାରିକ କିଭଳି ଅନୀୟମିତତା ଓ ମନମୁଖି ରାଜ ଚଳାଇଥିଲେ ତାହା ସାମନାକୁ ଆସିଛି । କଲେଜ ଓଡିଆ ବିଭାଗରେ ଚିନ୍ମୟୀ ଜେନା ନାମକ ଜନୈକ ଅଧ୍ୟାପିକାଙ୍କୁ ତା୨୧.୧୨.୨୦୧୩ ତିଖରେ ଅଧ୍ୟକ୍ଷଙ୍କ ପତ୍ର ସଂଖ୍ୟା -୪୬୭ରେ ନିଯୁକ୍ତି ଦିଆଯିବା ଏବଂ ସେ ସେହିଦିନ କଲେଜରେ ଯୋଗଦେବା ତଥ୍ୟ ପ୍ରଦାନ କରାଯାଇଥିବା ବେଳେ ଦ୍ୱିତୀୟରେ ସେହି ଅଧ୍ୟାପିକାଙ୍କ ଯୋଗଦାନ ତାରିଖ ୧.୦୯.୨୦୧୩ ବୋଲି ଉକôଳ ବିଶ୍ୱ ବିଦ୍ୟାଳୟକୁ କଲେଜ ଅଧ୍ୟକ୍ଷ ଶ୍ରୀ ବାରିକ ପ୍ରଦାନ କରିଥିବା ଷ୍ଟାଫ ପୋଜିସନରୁ ବିଶ୍ୱବିଦ୍ୟାଳୟ ସୂଚନା ଅଧିକାର ନିୟମରେ ପ୍ରଦାନ କରିଥିବା ତଥ୍ୟରୁ ଜଣାପଡିଛି । ପୁଣି ସେହି ଅଧ୍ୟାପିକା ଜେନାଙ୍କୁ କଲେଜ ଅଧ୍ୟକ୍ଷ ଦେଇଥିବା ଗତ ତା ୨୯.୦୮.୨୦୧୩ରିଖର ନିଯୁକ୍ତିପତ୍ର ସଂଖ୍ୟା – ୨୬୭ ଅନୁଯାଇ +୨ କଲେଜର ତୃତୀୟ ପଦବୀରେ ଓଡିଆ ବିଭାଗ ଅଧ୍ୟାପିକା ଭାବେ ନିଯୁକ୍ତି ପ୍ରଦାନ ଏବଂ କଲେଜ ଅଧ୍ୟକ୍ଷ ଜିଲ୍ଲା ପ୍ରସାସନକୁ ୨୦୧୪ ସାଧାରଣ ନିର୍ବାଚନ ସମୟରେ ଦେଇଥିବା କଲେଜର ସମସ୍ତ ଷ୍ଟାଫଙ୍କ ସମ୍ପର୍କୀତ ତଥ୍ୟରୁ ସୂଚନା ଅଧିକାର ଆଇନରେ ପ୍ରଦାନ କରାଯାଇଥିବା ତଥ୍ୟରୁ ଦେଖିବାକୁ ମିଳିଛି । ପୁନର୍ବାର ଅଧ୍ୟାପିକା ଜେନାଙ୍କୁ ପତ୍ର ସଂଖ୍ୟା -୨୬୭(୧) ତା ୧୪.୦୮.୨୦୧୩ ରିଖରେ କଲେଜ ଅଧ୍ୟକ୍ଷଙ୍କ +୨ର ତୃତୀୟ ପଦବୀରେ ଓଡିଆ ବିଭାଗ ଅଧ୍ୟାପିକା ଭାବେ ନିଯୁକ୍ତିପତ୍ର ପ୍ରଦାନ ଓ +୨କାଉନସିଲକୁ କଲେଜ ଅଧ୍ୟକ୍ଷ ଗତ ତା ୩୦.୦୩.୨୦୧୫ରିଖରେ ପ୍ରଦାନ କରିଥିବା ଷ୍ଟାଫ ପୋଜିସନରେ ଅଧ୍ୟାପିକାଙ୍କ କଲେଜରେ ଯୋଗଦାନ ତାରିଖ ତା ୧୪.୦୮.୨୦୧୩ ବୋଲି ଦର୍ଶାଯାଇଛି । ଗତ ତା ୨୭.୧୦.୨୦୧୬ରିଖରେ କଲେଜ ଅଧ୍ୟକ୍ଷା ସୂଚନା ଅଧିକାର ନିୟମରେ ପ୍ରଦାନ କରିଥିବା ତଥ୍ୟ ଅନୁଯାଇ ଅଧ୍ୟାପିକା ଜେନାଙ୍କ କଲେଜରେ ଯୋଗଦାନ ତାରିଖ ହେଉଛି ତା ୨.୦୭.୨୦୧୨ରିଖ । ଅନ୍ୟଏକ ତଥ୍ୟରୁ ଜଣାପଡିଛି ଯେ ଅଧ୍ୟାପିକା ଜେନା ଗତ ତା୧୯.୧୨.୨୦୧୫ରିଖରେ ଏମ.ଫିଲ ପାସ କରିଥିବା ବେଳେ ତାଙ୍କର ଏହି ଶିକ୍ଷାଗତ ଯୋଗ୍ୟତା କଲେଜ ପରିଚାଳନା କମିଟିର ଗତ ତା ୧୫.୦୧.୨୦୧୪ରିଖର ସପ୍ତବିଂଶତମ ଅଧିବେଶନରେ ଅନୁମୋଦନ କରାଯାଇଛି । ଏଠାରେ ପ୍ରଶ୍ନଉଠେ ଯେ ୨୦୧୫ମସିହା ଡିସେମ୍ବରମାସ ୧୯ତାରିଖରେ ଅଧ୍ୟାପିକା ଜେନା ଏମ.ଫିଲ.ପାସ କରିଥିବା ବିଷୟ କଲେଜ ପରିଚାଳନା କମିଟି ବର୍ଷକ ପୂର୍ବରୁ ଅର୍ଥାତ ୨୦୧୪ମସିହା ଜାନୁଆରି ୧୫ତାରିଖରେ କିଭଳି ଜାଣିପାରିଲା ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ । ଏଭଳି ପରିସ୍ଥିତିରେ ପଟ୍ଟାମୁଣ୍ଡାଇ ମହିଳା କଲେଜର ଅଧ୍ୟାପିକା ଜେନାଙ୍କୁ ପ୍ରକୃତ କେଉଁ ତାରିଖରେ ନିଯୁକ୍ତି ପ୍ରଦାନ କରାଯାଇଥିଲା ଓ ସେ କେଉଁ ତାରିଖରେ କଲେଜରେ ଯୋଗଦେଇଥିଲେ ତାହା ସାଧାରଣରେ ସନେ୍ଦହ ସୃଷ୍ଟି କରିଛି । ଜଣେ ଅଧ୍ୟାପିକାଙ୍କୁ ପାଂଚଥର ନିଯୁକ୍ତି ପ୍ରଦାନ ଓ କଲେଜରେ ତାଙ୍କ ଯୋଗଦାନ ତାରିଖ ବିଭିନ୍ନ ସରକାରୀ କତ୍ତୃପକ୍ଷଙ୍କୁ ଭିନ୍ନ ଭିନ୍ନ ଦର୍ଶାଯିବା ପଛରେ କଣ ଉଦେଶ୍ୟ ରହିଛି ସେ ସମ୍ପର୍କରେ ବିଧିବଦ୍ଧ ତଦନ୍ତ କରାଗଲେ ଆହୁରି ଅନେକ ଲୁକ୍କାୟିତ ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି ।