ବେଆଇନ ପଲିଥିନ୍ କାରବାର, ଟ୍ରେଡ ଲାଇସେନ୍ସ ଏବଂ ବିିଭିନ ମିକଚର ଓ କାଜୁ ଫ୍ୟାକ୍ଟ୍ରି ଉପରେ ଚଢାଉ

ବେଆଇନ ପଲିଥିନ୍ କାରବାର, ଟ୍ରେଡ ଲାଇସେନ୍ସ ଏବଂ ବିିଭିନ ମିକଚର ଓ କାଜୁ ଫ୍ୟାକ୍ଟ୍ରି ଉପରେ ଚଢାଉ
ବେଆଇନ ପଲିଥିନ୍ କାରବାର, ଟ୍ରେଡ ଲାଇସେନ୍ସ ଏବଂ ବିିଭିନ ମିକଚର ଓ କାଜୁ ଫ୍ୟାକ୍ଟ୍ରି ଉପରେ ଚଢାଉ

୬ଅଖା ପଲିଥିନ୍ ସହ ୧ଲକ୍ଷଟଙ୍କା ଜରିମ।।ନ ଆଦାୟ
ଛତ୍ରପୁର : ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ପ୍ରତ୍ୟକ୍ଷତତ୍ତ୍ୱାଧାନରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇଙ୍କ ନେତୃତ୍ୱରେ ଆଜି ମାପ ଓ ଓଜନ ବିଭାଗ ଏବଂ ଛତ୍ରପୁର ଏନଏସି ପକ୍ଷରୁ ଛତ୍ରପୁର ସହରର ବିଭିନ୍ନ କାଜୁ କାରାଖାନା , ଗୋଦାମ ଏବଂ କିଛି ମିକଚର ଫ୍ୟାକ୍ଟ୍ରି ଉପରେ ଚଢାଉ କରାଯାଇ ୬ଅଖା ପଲିଥିନ୍ ଏବଂ ୧ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି । ଛତ୍ରପୁର ଏନଏସିର କାରିଣୀସାହିର ଥିବା ମହେନ୍ଦ୍ର ସାହୁଙ୍କ ମିକଚର ଫ୍ୟାକ୍ଟ୍ରି ଉପରେ ଅଚାନାକ ଚଢାଉ କରାଯାଇଥିଲା । ସେଠାରେ ପଲିଥିନ୍ କରାବାର ହେଉଥିବାରୁ ଏନଏସି ପକ୍ଷରୁ ୬ଅଖା ପଲିଥିନ୍ ଜବତ କରାଯିବା ସହ ୨୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲ।। ସେହିପରି ମାପ ଓ ଓଜନ ପକ୍ଷରୁ ଯାଞ୍ଚ କରାଯାଇ ୧୫ହଜାର ଟଙ୍କା ମଧ୍ୟ ଜରିମାନା ଆଦାୟ କରାଯାଇଥିଲ।। ସେହିପରି ଷ୍ଟେସନ ରୋଡସ୍ଥି ଲକ୍ଷ୍ମୀ ନୃସିଂହ ମନ୍ଦିର ସମ୍ମୁଖ ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ ମିକଚର ଫ୍ୟାକ୍ଟ୍ରି ଉପରେ ଚଢାଉ କରାଯାଇଥିଲ।। ସେଠାରେ ମାପ ଓ ଓଜନ ବିଭାଗ ପକ୍ଷରୁ ୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଷ୍ଟେସନ ରୋଡ ର ଗଣେଷ ପଣ୍ଡାଙ୍କ ମିକଚର ଫ୍ୟାକ୍ଟ୍ରି ଉପରେ ମଧ୍ୟ ଚଢାଉ କରାଯାଇଥିଲା । ସେଠାରେ ମାପ ଓ ଓଜନ ପକ୍ଷରୁ ୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲ।। ଶ୍ୟାମ ଏଜେନ୍ସି ଗୋଦାମ ଘର ଉପରେ ମଧ୍ୟ ଚଢାଉ କରାଯାଇ ବିଭିନ୍ନ ସାମଗ୍ରୀ ଗୁଡିକ ଯାଞ୍ଚ କରାଯାଇଥିଲା । ତାହାର ଟ୍ରେଡ ଲାଇସେନ୍ସ ନଥିବାରୁ ଏନଏସି ପକ୍ଷରୁ ୨୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲ।। ସେହିପରି ବଡ ରେଳ ଷ୍ଟେସନ ନିକଟରେ ଥିବା ଦୁଇଟି କାଜୁ କାରାଖାନା ଉପରେ ମଧ୍ୟ ଚଢାଉ କରାଯାଇଥିବା ବେଳେ ଗୋଟିଏ କାରାଖାନାରେ ସମସ୍ତ କାଗଜପତ୍ର ଠିକ୍ ଥିବାରୁ କୈାଣସି ଜରିମାନା ଆଦାୟ କରାଯାଇନଥିବା ବେଳେ ମହାବୀର ନଗରସ୍ଥିତ କନକ ଦୂର୍ଗା କାଜୁ ଫ୍ୟାକ୍ଟ୍ରି ଉପରେ ଏନଏସି ପକ୍ଷରୁ ୩୦ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିବା ଏନଏସି ଏବଂ ମାପ ଓ ଓଜନ ପକ୍ଷରୁ ସୂଚନା ମିଳିଛି । ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ସ୍ଥିତ ଓପିଡିସି ପେଟ୍ରୋଲ ପମ୍ପ ଉପରେ ମଧ୍ୟ ଏହି ଟିମ୍ ଚଢାଉ କରିଥିଲେ । ସେଠାରେ ନୋ ହେଲେମେଣ୍ଟ ନୋ ପେଟ୍ରୋଲ ଠିକ୍ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ତହସିଲଦାର ଶ୍ରୀ ଭୋଇ ପମ୍ପର କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ପେଟ୍ରୋଲପମ୍ପରେ ଅପମିଶ୍ରଣ ଅଭିଯୋଗ ହୋଇଥିବା ନେଇ ଏହି ଟିମ୍ ପେଟ୍ରୋଲ ଓ ଡିଜେଲ ସହିତ ମେସିନ ଗୁଡିକ ଯାଞ୍ଚ କରିଥିଲେ । ଏହି ଚଢାଉରେ ଛତ୍ରପୁର ଏନଏସିର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶରତ କୁମାର ପାତ୍ର, ମାପ ଓ ଓଜନ ବିଭାଗର ସହକାରୀ ନିୟନ୍ତ୍ରକ ବିନୟ କୁମାର ଦାଶ , ବରିଷ୍ଠ ନିରିକ୍ଷୀକ ସବିତା ପଣ୍ଡା, ଛତ୍ରପୁର ରାଜସ୍ୱ ନିରୀକ୍ଷିକ ଏନ୍.ରବି ପ୍ରଧାନ, ଛତ୍ରପୁର ଏନଏସିର ସ୍ୱାସ୍ଥ୍ୟ ନିରୀକ୍ଷିକ ଗୈାରହରି ପଣ୍ଡା, ଟେକ୍ସ କଲେକ୍ଟର ମିର୍ଜା ଖାନ୍, ଏସ୍.ଦାଲେୟା , ଯୁଗଳ କିଶୋର ଦାସ, ଛତ୍ରପୁର ବ୍ଲକ ଯୋଗାଣ ଅଧିକାରୀ ନିଖିଳ କୁମାର ବସ୍ତିଆଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ