ବେଆଇନ ବାଲି ଉଠାଣକୁ ନେଇ ଦନେଇପୁରରେ ଉତ୍ତେଜନା

ହାଟଡ଼ିହି, (ବିକାଶ ବିଶ୍ୱାଳ) : ବେଆଇନ ବାଲି ଉଠାଣକୁ ନେଇ ହାଟଡିହି ବ୍ଲକ ଦନେଇପୁର ଗ୍ରାମରେ ଉତ୍ତେଜନା ଦେଖାଦେଇଛି । ବାଲିଉଠାଉଥିବା ଟ୍ରାକ୍ଟରକୁ ଗାଁର ମହିଳାମାନେ ଜବଦ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗରୁ ଜଣାଯାଇଛି ଯେ ସାଳନ୍ଦୀ ନଦୀର ଦନେଇପୁର ଘାଟ ନିକଟରୁ ବେଆଇନ ଭାବେ ବାଲି ଉଠାଣ ହେଉଛି । ଗ୍ରାମବାସୀମାନେ ଯେତେ ବାରଣ କଲେବି ଟ୍ରାକ୍ଟର ଗୁଡିକ ନମାନି ନିୟମିତ ବାଲି ଉଠାଇ ବାହାରକୁ ଚାଲାଣ କରୁଛନ୍ତି । ଆଜି ଏକ ଟ୍ରାକ୍ଟର ବାଲି ଉଠାଣ କରୁଥିବାବେଳେ ଗାଁର ବାସନ୍ତୀ ପାଣିଗ୍ରାହୀ, କନକଲତା ପଣ୍ଡା, ଚଞ୍ଚଳା ପଣ୍ଡା, ପ୍ରତିମା ପାଣିଗ୍ରାହୀ, ପାର୍ବତୀ ପୃଷ୍ଟି, ଅନ୍ନପୁର୍ଣ୍ଣା ରାଉତ, ଆଶାଲତା ଦେବତା, ସୁବାସିନୀ ପଣ୍ଡାଙ୍କ ସମେତ ୨୦ରୁ ଉର୍ଦ୍ଧ ମହିଳା ପହଞ୍ଚି ବାଲି ଉଠାଣକୁ ବିରୋଧ କରିବା ସହିତ ଗାଡିଟିକୁ ଅଟକ ରଖିଥିଲେ । ମହିଳାମାନଙ୍କ ବିରୋଧ ଦେଖି ଗାଡି ଚାଳକ ତୁରନ୍ତ ବାଲିକୁ ଅନଲୋଡ କରିଦେଇଥିଲେ । ଖବରପାଇ ସୋସୋ ପୁଲିସ ଓ ସୋସୋ ରାଜସ୍ୱ ନିରୀକ୍ଷକ ପ୍ରମୁଖ ପହଞ୍ଚି ମହିଳା ମାନଙ୍କୁ ବୁଝାସୁଝା କରିଥିଲେ । ଭବିଷ୍ୟତରେ ଆଉ ବାଲି ଉଠାଣ ହେବନି ଓ ରାସ୍ତାଟିକୁ ସଂପୃକ୍ତ ଟ୍ରାକ୍ଟର ମାଲିକ ମରାମତି କରିବେ ବୋଲି ପ୍ରତିଶୃତି ଦେବାପରେ ଯାଇ ମହିଳାମାନେ ଟ୍ରାକ୍ଟରକୁ ଛାଡିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ