ବେଆଇନ ବାଲି ଚାଲାଣକାରି ଠାରୁ ଜୋରିମାନା ଆଦାୟ
ମୋହନା,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ତହସିଲ ଅନ୍ତର୍ଗତ ନଳାଘାଟ ଓ କର୍ଚ୍ଚବାଡି ଅଂଚଳର ବିଭିନ୍ନ ବାଲିଘାଟରେ ମୋହନା ତହସିଲଦାର ଅଚାନକ ଚଢାଉ କରି ୫ ଟି ଟ୍ରାକ୍ଟ୍ରରକୁ ଜବତ କରିବା ସହ ସେମାନଙ୍କ ଠାରୁ ସମୁଦାୟ ୫୮,୫୨୫ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଦୀର୍ଘ ଦିନ ଧରି ଏହି ଅଂଚଳ ଗୁୁଡିକରେ ବାରମ୍ବାର ବେଆଇନ ବାଲି ଚାଲାଣ ହେଉଥିବା ତହସିଲଦାରଙ୍କ ନିକଟରେ ଅଭିଯୋଗ ହେଉଥିଲା । ତହସିଲଦାର ଶନିବାର ଅଚାନକ ବିଭିନ୍ନ ବାଲି ଘାଟରେ ଚଢାଉ କରି ଜୋରିମାନା ଆଦାୟ କରିଥିବା ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ର ଦେବୀ ସୁଚନା ଦେଇଛନ୍ତି ।ଅନ୍ୟପଟେ ଜୋରିମାନା ଆଦାୟ ପରେ ଟ୍ରାକ୍ଟର ଗୁଡିକୁ ଛାଡିଦେଇଥିବା ଜଣାପଡିିଛି ।


