ଜିଲ୍ଲାପାଳଙ୍କ ଦ୍ୱାରାସ୍ଥ ହେଲେ ୨ ଦାଦନ ପରିବାର
କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍): ଦଲାଲ ମାନଙ୍କ ଜାଲରେ ବଳି ପଡୁଛନ୍ତି ଦାଦନ ଶ୍ରମିକ । କଳାହାଣ୍ଡି ଜିଲ୍ଳାରେ ଏଭଳି ଦୁଇ ଜଣ ଦାଦନ ଶ୍ରମିକଙ୍କୁ ମହାରାଷ୍ଟ୍ରର ପୁଣେ ଅଂଚଳରେ ଦଲାଲ ୫୦ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ କରିଛନ୍ତି ଦାଦନ ଶ୍ରମିକଙ୍କ ପରିବାର ଲୋକେ । ଏହା ଫଳରେ ପ୍ରାୟ ଦୀର୍ଘ ୨ ମାସ ଧରି ସେଠାରେ ଶ୍ରମିକ ଭାବେ କାମ କରୁଥିବା କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ବ୍ରାହ୍ମଣ କେନ୍ଦୁପଡାର ରୁପେନ୍ଦ୍ର ମାଝି , ଓ ଅନ୍ୟ ଜଣେ ହାରମାଲ ଗ୍ରାମର ନରୋତମ ଶବର ବର୍ତ୍ତମାନ ଠିକାଦାର ନିକଟରେ ବନ୍ଧକ ପଡିଥିବା ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ଗତ କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲାର କିଛି ଯୁବକ ମାନଙ୍କୁ ଦଲାଲ ମୋଟା ଅଙ୍କର ଦରମା ର ପ୍ରଲୋଭନ ଦେଖାଇ କଳାହାଣ୍ଡି ଜିଲ୍ଲାର ସ୍ଥାନୀୟ ଦଲାଲ ମନୋଜ ଦଳପତି ସୁଦୁର ମୁମ୍ବାଇ ନେଇଯାଇଥିଲା ୮ ଜଣ ଯୁବକଙ୍କୁ । ସେଥି ମଧ୍ୟରୁ ଗତକିଛି ଦିନ ତଳେ ସେଠାରୁ କିଛି ଶ୍ରମିକ ନିର୍ଯ୍ୟାତନା ସହ୍ୟ କରିନପାରି ୬ ଜଣ ଯୁବକ ସେଠାରୁୁ କୈାଶଳ କ୍ରମେ ଗ୍ରାମକୁ ଖସିି ପଳାଇ ଆସିଥିବା ବେଳେ ଅନ୍ୟ ଦୁଇ ଜଣ ସେଠାରେ ଦୁଇ ମାସ ହେଲା ସେଠାରେ ନିର୍ଯ୍ୟାତନା ପାଉଥିବା ଫେରନ୍ତା ଯୁବକ ମାନେ ପ୍ରକାଶ କରିଛନ୍ତି । ମହାରାଷ୍ଟ୍ରର ସେଠାକାର ଜଣେ ସ୍ଥାନୀୟ ସମାଜସେବୀ ଓ ଠିକାଦାର ଦୂର୍ଗା ରାଓଙ୍କୁ ଦାଦନ ଶ୍ରମିକ ମାନେ ଫେରିଆସି ୟଯୋଗାଯୋଗ କରିଥିବା ବେଳେ ଦଲାଲ ଜଣକ ଶ୍ରମିକ ମାନଙ୍କ ନାମରେ ଅନେକ ଟଙ୍କା ନେଇଯାଇଛି । ତେଣୁ ଏହି ଟଙ୍କା ନପାଇବା ପର୍ଯ୍ୟନ୍ତ ସେଠାରୁ ୁ ଦୁଇ ଦାଦନଙ୍କୁ ଛାଡିବ ନାହିଁ ବୋଲି ରୋକଠୋକ କହିଥିବା ସେ କହିଛନ୍ତିିି ।ତେଣୁ ଦାଦନ ଶ୍ରମିକଙ୍କ ପରିବାର ଲୋକେ କୈାଣସି ଉପାୟ ନପାଇ ଜିଲ୍ଲାପାଳ ଓ ଏସପି ଙ୍କ ନିକଟରେ ପୁଅମାନଙ୍କୁ ତୁରନ୍ତ ଫେରାଇ ୍ଆଣିବା ନିମନ୍ତେ ଦ୍ୱାରସ୍ତ ହୋଇ ମୁକ୍ତି ପାଇଁ ନିବେଦନ କରିଛନ୍ତି ।


