ବେଆଇନ ଭାବେ ଘରୋଇ ମିଟର ପରିବର୍ତନ ବିରୁଦ୍ଧରେ ବିଜେପିର ବିକ୍ଷୋଭ କାର୍ଯ୍ୟକ୍ରମ

ବ୍ରହ୍ମପୁର, (ଅନିଲ କୁମାର):ଗତ ଜାନୁୟାରୀ ୨୦୨୧ ଠାରୁ ଟାଟା ପାୱାର (ଟିପିଏସଓଡିଏଲ) ଦକ୍ଷିଣ ଓଡିଶା ତଥା ବ୍ରହ୍ମପୁର ସହରର ଉପଭୋକ୍ତା ମାନଙ୍କୁ ବିଦ୍ୟୁତ ବିତରଣ ଦାୟୀତ୍ୱ ନେଇଛି ,ତେବେ ଟାଟା ପାୱାର ଜନସାଧାରଣଙ୍କୁ ବିଦ୍ୟୁତ ସେବା ଯୋଗାଇବା ରେ ସଂପୂର୍ଣ୍ଣ ବିଫଳ ହୋଇଛି । ସହରରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ସ୍ଥାନରେ ଲୋ ଭୋଲଟେଜ ଯୋଗୁୁଁ ସର୍ବସାଧାରଣ ହନ୍ତସନ୍ତ ହେଉଛନ୍ତି । ବ୍ରହ୍ମପୁର ମହାନଗର ବ୍ୟବସାୟର କେନ୍ଦ୍ର ସ୍ଥଳୀ ହୋଇଥିବା ବେଳେ ବାହାର ସ୍ଥାନରୁ ବହୁ ଲୋକ ସହରକୁ ଆସୁଥିବା ଏବଂ ସଂନ୍ଧ୍ୟା ସମୟରେ ନିଜ ଅଂଚଳକୁ ଫେରନ୍ତି ତେବେ ସଂନ୍ଧ୍ୟା ସମୟରେ ବହୁ ସମୟରେ ସମଗ୍ର ସହରର ବିଦ୍ୟୁତ ସେବା ବନ୍ଦ ରହୁଛି , ରାତି ଅଧିଆ ବିଦ୍ୟୁତ କାଟ ହେଉଛି ଯାହାର ଫଳ ସ୍ୱରୂପ ଅପରାଧି ମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ସାଙ୍ଗକୁ ଲୋକଙ୍କ ଧନ ଜୀବନ ଅସୁରକ୍ଷିତ ହେଉଛି । ଲୋକଙ୍କୁ ସେବା ଯୋଗାଇବା ବଦଳରେ ଟାଟା ପାୱାର ନିଜର କ୍ଷମତାର ଦୁରପଯୋଗ କରି ନିଜର ବ୍ୟବସାୟ ବୃଦ୍ଧି କରିବା ଉଦ୍ଦେଶ୍ୟ ରଖି ଅସାଧୁ ଉପାୟ ଅବଲମ୍ବନ ପୂର୍ବକ ମିଟର ପରିବର୍ତନ ପ୍ରକ୍ରିୟା ଆରମ୍ଭ କରିଛି । ସଠିକ ଚାଲୁଥିବା ମିଟର ଗୁଡିକୁ ସର୍ବସାଧାରଣଙ୍କ ବିନା ଅନୁମତିରେ ଟାଟା ପାୱାର ଦ୍ୱାରା ପରିବର୍ତନ କରାଯାଉଛି ଏବଂ ବିଭିନ୍ନ ସ୍ଥାନରେ ଉପଭୋକ୍ତା ମାନଙ୍କୁ ଭୟଭୀତ କରାଯାଉଛି । ଓଡିଶାର କୌଣସି ସ୍ଥାନରେ ପ୍ରି ପେଇଡ୍ ଇଲେକ୍ଟ୍ରି ମିଟର ବ୍ୟବସ୍ଥା ଚାଲୁ ହୋଇନଥିବା ବେଳେ ଏବଂ ରାଜ୍ୟ ସରକାର ଓଡିଶାରେ ପ୍ରି ପେଇଡ୍ ଇଲେକ୍ଟ୍ରି ମିଟର ବ୍ୟବସ୍ଥା କରିବା ନେଇ ସର୍ବସାଧାରଣରେ କୌଣସି ଘୋଷଣା କରିନଥିବା କିମ୍ବା ସର୍ବସାଧାରଣରେ ଟାଟାକୁ ଅନୁମତି ପ୍ରଦାନ କରିନଥିବା ବେଳେ ଟାଟା ପାୱାର ଦ୍ୱାରା ବ୍ରହ୍ମପୁର ସହରକୁ ଏହି ବ୍ୟବସ୍ଥାର ପ୍ରୟୋଗଶାଳା କରାଯାଇଛି ଯାହାକି ଅତି ନିନ୍ଦନୀୟ । ଉପଭୋକ୍ତା ମାନଙ୍କ ଘରେ ସଠିକ କାର୍ଯ୍ୟକ୍ଷମ ଥିବା ମିଟର ଗୁଡିକୁ କୌଣସି କାରଣ ନ ଦର୍ଶାଇ କିମ୍ବା ଆଗୁଆ ଚିଠି କରାନଯାଇ ବଦଳା ଯାଉଛି ଯାହାକି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ ବିତରଣ କୋଡ ୨୦୦୪ର ସିଧା ସଳଖ ଉଲଙ୍ଘନ ଅଟେ , କାରଣ ନିୟମ ଅନୁସାରେ ଠିକ୍ ଚାଲୁଥିବା ମିଟର ପରିବର୍ତନ କରି ଆଉ ଗୋଟିଏ ମିଟର ବସାଯାଇପାରିବ ନାହିଁ ଏବଂ ତତ୍ ସହିତ ଓଇଆରସି କୋଡ-୨୦୦୪ର ଧାରା ୫୯(୪) ଅନୁଯାୟୀ ମିଟର ସେତେବେଳେ ପରିବର୍ତନ ହେବ ଯେତେବେଳେ କୌଣସି ମିଟର ସଂଶୋଧନ କିମ୍ବା ମରାମତି ହୋଇପାରିବ ନାହିଁ । ବର୍ତମାନ ଟାଟା ପାୱାର ଦ୍ୱାରା ଯୋଉଁମିଟର ପରିବର୍ତନ କାର୍ଯ୍ୟ ଚାଲୁରହିଛି ତାହା ଉପରୋକ୍ତ ୨ଟି ସର୍ତକୁ ପୂରଣ କରୁନାହିଁ ତେଣୁ ଏହି ଭଳି ବେଆଇନ କାର୍ଯ୍ୟକଳାପକୁ ବିଜେପି ନିନ୍ଦା କରିବା ସହ ଘୋର ବିରୋଧ କରୁଛି । ଏବଂ ଦାବୀ କରୁଛି କି-
୧. ଟାଟା ପାୱାର (ଟିପିଏସ୍‌ଓଡିଏଲ) ଦ୍ୱାରା ସଠିକ ଚାଲୁଥିବା ମିଟର ପରିବର୍ତନ ତୁରନ୍ତ ବନ୍ଦ କରାଯାଉ ।(ପ୍ରକାଶ ଥାଉ କି ପୂର୍ବରୁ ରିଲାଏନ୍‌ସ କଂପାନୀ ଏହିଭଳି ବେଆଇନ ପ୍ରିପେଇଡ୍ /ମିଟର ପରିବର୍ତନ ଲାଗି ପଦକ୍ଷେପ ନେଇଥିଲା ଯାହାକି ସର୍ବସାଧାରଣଙ୍କ ଘୋର ବିରୋଧ ଯୋଗୁଁ ଏହି ମନ୍ଦ ଉଦ୍ଦେଶ୍ୟ ସାଧନ ହୋଇପାରିନଥିଲା )୨. ଅଘୋଷିତ ବିଦ୍ୟୁତ କାଟ ତୁରନ୍ତ ବନ୍ଦ କରାଯାଉ ।
୩. ଗରିବ ଲୋକଙ୍କ ଠାରୁ ଯୋର ଜବରଦସ୍ତ ଟଙ୍କା ଆଦାୟରୁ ଟାଟା ପାୱାର ବିରତ ରହୁ । (ପ୍ରକାଶ ଥାଉ କି ସରକାରୀ ଅଫିସ ଓ ବଡ ବଡ କର୍ପୋରେଟ ହାଉସ କୋଟି କୋଟି ଟଙ୍କା ବାକି ଥିଲେ ସେମାନଙ୍କ ଉପରେ କୌଣସି ପଦକ୍ଷେପ ନିଆଯାଉନଥିବା ବେଳେ ୨ମାସ ବକେୟା ଥିବା ନିରୀହ ଉପଭୋକ୍ତାଙ୍କ ଉପରେ ଯୁଲମ କରାଯାଉଛି ଯାହାକି ନିନ୍ଦନୀୟ ।ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମ ବିଜେପିର ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ କାହ୍ନୁ ଚ଼ରଣ ପତିଙ୍କ ନେତୢତ୍ୱରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର,କର୍ପୋରେଟର ତଥା ଜିଲ୍ଲା ସମ୍ପାଦକ ପ୍ରଦୀପ ଶତପଥି, ଡ଼ି.କରୁଣାକର,ରଞ୍ଜିତା ବେହେରା,ବରିଷ୍ଠ ନେତା ସୁନିଲ କୁମାର ସାହୁ,ଜିଲ୍ଲା ସମ୍ପାଦିକା ସୁଶିଳା ମଲ୍ଲିକ,ବର୍ଷା ବିଦ୍ୟୁସ୍ମିତା,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଶିବ ଶଙ୍କର ନାୟକ,ଅଭିମନ୍ୟୁ ସାହୁ,ପ୍ରବୀର ପାତ୍ର, ସିଏଚ୍.ଆପନା,ସରୋଜ ପାତ୍ର,ବିନାୟକ ରଥ,ଭାବଗ୍ରାହୀ ପାଳ,ପ୍ରଫୁଲ୍ଲ ପାଣିଗ୍ରାହୀ,ରାମନାଥ ଗନ୍ତାୟତ,କେ.ଟୁଙ୍ଗୁରୁ ପାତ୍ର,ସୁମନ ଶତପଥି,ତୁମ୍ୱେଶ୍ୱର ନାୟକ,ସରୋଜ ଦାଶ, ବାଙ୍କାନିଧି ସେଠୀ,ଜି.ବିଜୟ ପାତ୍ର,ଆନନ୍ଦ ମହାଙ୍କୁଡ଼,ଗୌରୀ ମହାନ୍ତି,ପି.ରାଜେନ୍ଦ୍ର କୁମାର,ପ୍ରଦୀପ ମିଶ୍ର, ପ୍ରଣୟ ମହାପାତ୍ର, ଅନୁପ ପଣ୍ଡା,ମାଲି ସାହୁ,କେ.ଚନ୍ଦ୍ରଶେଖର,ସନ୍ତୋଷ ପାତ୍ର ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କାର୍ଯକର୍ତ୍ତା ସାମିଲ୍ ହେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ