ବେଗୁନିଆପଡ଼ା ବ୍ଳକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର

କୋଦଳା, (ଗୁଲସନ କୁମାର କର):ଦୀର୍ଘ ଦିନର ବ୍ୟବ ଧାନ ପରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ପରିସରରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ।ସକାଳ ୧୦ ଟା ଠାରୁ ଏହି ଶୁଣାଣି ଶିବିର ଆୟୋଜିତ ହୋଇଥିବା ବେଳେ ଦିନ ୨ ଟା ପର୍ଯ୍ୟନ୍ତ ଏହି ଜନଶୁଣାଣି ଜାରି ରହିଥିଲା। ବ୍ଲକର ବିଭିନ୍ନ ପଞ୍ଚାୟତରୁ ହଜାର ହଜାର ସଂଖ୍ୟାରେ ଲୋକେ ଅଭିଯୋଗ ନେଇ ଆସିଥିବା ଦେଖିବାକୁ ମିଳିଥିଲା। ପ୍ରାୟ ୨୮୦ ରୁ ଅଧିକ ବିଭିନ୍ନ ଅଭିଯୋଗ ସଂପର୍କରେ ଲୋକେ ଦରଖାସ୍ତ ଦେଇଥିବା ବେଳେ ଅଧିକାଂଶ ଅଭିଯୋଗ ଆବାସ ଗୃହ, ଭତ୍ତା ପ୍ରଦାନ, ରାସନ କାର୍ଡ, କାଳିଆ ଯୋଜନାରେ ସାମିଲ ସଂପର୍କୀତ ଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ବେଗୁନିଆପଡ଼ା ଠାରେ ଏକ ବସଷ୍ଟାଣ୍ଡ ଓ ଯାତ୍ରୀ ବିଶ୍ରାମାଗାର କିପରି ତୁରନ୍ତ ନିର୍ମିତ ହୋଇ ପାରିବ ଏବଂ ବେଗୁନିଆପଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ରହୁ ନଥିବା ନେଇ ଜିଲାପାଳଙ୍କ ନିକଟରେ ଆଭିଯୋଗ ହୋଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କୁ ଏନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ