ବେଗୁନିଆପଡା ବ୍ଲକର ବିଭିନ୍ନ ସ୍ଥାନରେ ମେରୁଯାତ୍ରା ସମ୍ପନ୍ନ
କୋଦଳା, (ଗୁଲସନ କୁମାର କର) :-ଗୁରୁବାର ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡନାଚ ସଂକ୍ରାନ୍ତି ମେରୁ ରେ ଉଦ୍ ଯାପିତ ହୋଇଛି । ମେରୁ ଯାତ୍ରା ଗଞ୍ଜାମରେ ଏକ ବଡ଼ ପରମ୍ପରା ହୋଇଥୁରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ତେବେ ୧୩ ଦିନ ଧରି ଦଣ୍ଡ ଯାତ୍ରାର ରୀତି ନୀତି ଅନୁଯାୟୀ ମାନସିକ ଧାରୀ ଦଣ୍ଡୁଆଙ୍କୁ ନେଇ ଏହି ଯାତ୍ରା ଆରମ୍ଭ ହୋଇଥିଲା । ଆଜି ବେଗୁନିଆପଡା ବ୍ଲକର କାଲିମେଘି, ଶାଳବଣ, ନୂଆଁ ଗାଁ, ସୁମଣ୍ଡଳ, ଚିଙ୍ଗୁଡ଼ିଖୋଲ ଆଦି ବିଭିନ୍ନ ସ୍ଥାନରେ ସୁରୁଖୁରୁରେ ସମାପ୍ତ ହୋଇଛି।ପ୍ରଥମରୁ ଦଣ୍ଡୁଆ ଭାଇ ମାନେ ଭକ୍ତିର ସହ ମା’ ଦଣ୍ଡ କାଳୀଙ୍କୁ ସ୍ମରଣ କରି ଧୂଳି ଦଣ୍ଡ, ପାଣି ଦଣ୍ଡ ସାରିବା ପରେ ମା’ଙ୍କ ପୂଜାରୀ ମା’ ରୁଦ୍ର କାଳୀଙ୍କୁ ଆବାହନ କରି ରୀତି ନୀତି ଅନୁସା ରେ ମେରୁ କାର୍ଯ୍ୟ ସମାପ୍ତ କରିଥିଲେ। ପ୍ରଥମେ ମେରୁ ପଡିଆରେ ଦଣ୍ଡୁଆ ମାନଙ୍କ ଦ୍ବାରା ନୀତି କାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରିବା ସହ ପାଟଦଣ୍ଡୁଆ ମେରୁଖୁଣ୍ଡ ଉପରେ ଉକୁଚି ଯିବାପରେ ପର୍ବ ସମାପନ ହୋଇଥିଲା । ଦଣ୍ଡୁଆଙ୍କସେଠାରେ ପୂଜା ବିଧୂ ଆରମ୍ଭ ହୋଇ ମେରୁଖୁଣ୍ଟ ତଳ ଭାଗରେ ଅଗ୍ନି ସଂଯୋଗ କରାଯାଇଥିଲା । ବେଲ କାଠ ପାଟ ଦଣ୍ଡୁଆକୁ ଗୋଡ଼ ବନ୍ଧାଯାଇ ମୁଣ୍ଡ ତଳକୁ କରାଯାଇଥିଲା । ତଳେ ଜଳୁଥିବା ଅଗ୍ନିରେ ତିନି ମୁଠା ଝୁଣା ଦିଆଯିବା ପର ମେରୁ ପର୍ବ ସମାପ୍ତି ହୋଇଥିଲା ।


