ବେଗୁନିଆ ରେଳ ଫାଟକ ଠାରେ ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ
ବାଲେଶ୍ଵର, (ସରୋଜ ପଣ୍ଡା):ବାହାନଗା ବେଗୁନିଆ ରେଳ ଫାଟକ ନିକଟରେ ଆଜି ଭୋର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଥାଉକି,ଗତକାଲି ବିଳମ୍ବିତ ରାତିରେ ବାଲେଶ୍ଵର ରୁ ସୋର ଅଭିମୁଖେ ଯାଉଥିବା ଟ୍ରେନରୁ ଯୁବକ ଖସିପଡ଼ି ଥିବା ଅନୁମାନ କରାଯାଉଛି।ତେବେ ମୃତ ବ୍ୟକ୍ତି ଜଣକ ହେଲେ ଝାରଖଣ୍ଡ ଅଞ୍ଚଳର ବିକାଶ ସ(୨୫)। ଯୁବକ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଅନତି ଦୂରରେ ତାଙ୍କର ଜୋତା ପଡିଥିବାର ଦେଖା ଯାଇଛି।ଘଟଣା ସ୍ଥଳରେ ରେଲୱେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ୩/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।