ବେଦଧାମରେ ଯଜ୍ଞଶାଳା ଓ ସନ୍ଥକୁଟୀର ର ଶିଳାନ୍ୟାସ ଉତ୍ସବ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଶ୍ରୁତିନ୍ୟାସ ର ନିର୍ମାଣାଧୀନ ବାନପ୍ରସ୍ଥ ସାଧକ ଆଶ୍ରମ ବେଦଧାମ ପରିସରରେ ନିର୍ମାଣ ପାଇ ମହର୍ଷି ଦୟାନନ୍ଦ ବୋଧ ଉତ୍ସବ ପାଳନ ଅବସରରେ ଭବ୍ୟ ଯଜ୍ଞଶାଳା ଓ ସନ୍ଥକୁଟୀର ର ଶିଳାନ୍ୟାସ ହୋଇଯାଇଛି । ଏହି ଅବସରରେ ଶ୍ରୁତିନ୍ୟାସର ଅଧ୍ୟକ୍ଷ ପୂଜ୍ୟ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଜୀ ମହାରାଜଙ୍କ ବ୍ରହ୍ମତ୍ତ୍ୱରେ ଅନୁଷ୍ଠିତ ୨୧ କୁଣ୍ଡୀୟ ବିଶ୍ୱଶାନ୍ତି ବୈଦିକ ମହାଯଜ୍ଞ ସହ ପ୍ରେରକ ଭଜନ ଓ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ପ୍ରୋକ୍ତ ଯଜ୍ଞ କାର୍ଯ୍ୟକ୍ରମ ସଂଚାଳକ ଭାବରେ ଯୋଗଦେଇ ଦର୍ଶନ ଯୋଗ ମହାବିଦ୍ୟାଳୟ , ରୋଜଡ, ଗୁଜରାଟ ର ପ୍ରିୟେଶଜୀ ଦର୍ଶନାଚାର୍ଯ୍ୟ କୋରୋନା ଭଳି ବିଶ୍ୱ ମହାମାରୀର ସମୂଳୋତ୍ପାଟନ ସହ ତ୍ରସ୍ତମାନବକୁ ଶାନ୍ତିର ନିଃଶ୍ୱାସ ମାରିବାକୁ ହେଲେ ଆର୍ଷ ସନାତନ ପରମ୍ପରା ସିଦ୍ଧ ବୈଦିକ ଯଜ୍ଞ ଆଦିର ନିତ୍ୟ ଅନୁଷ୍ଠାନ ଏକାନ୍ତ ଅପରିହାର୍ଯ୍ୟ ବୋଲି ଦୃଢ ମତ ଉପସ୍ଥାପନ କରିଥିଲେ |… ଦର୍ଶନ ଯୋଗ ଧର୍ମାର୍ଥ ଟ୍ରଷ୍ଟ, ଗୁଜରାଟର ବାର୍ଷିକ ପିତୃତର୍ପଣ ଯୋଜନାରେ ୨୦୨୧ ମସିହା ପାଇଁ ସମ୍ମାନିତ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଜୀଙ୍କ ପୂଜ୍ୟା ମାତା ଶ୍ରୀମତୀ ସୂର୍ଯ୍ୟମଣୀ ପାଣୀଗ୍ରାହୀ ତଥା ୨୦୨୨ ମସିହା ପାଇଁ ସମ୍ମାନିତ ପ୍ରିୟେଶ ଦର୍ଶନାଚାର୍ଯ୍ୟଙ୍କ ପୂଜ୍ୟା ମାତା ଶ୍ରୀମତୀ ବିପିନ ମାଦଳାଙ୍କୁ ନିଜ ଗ୍ରହଣରେ ପାଇ ଉପସ୍ଥିତ ଶ୍ରଦ୍ଧାଳୁମାନେ ଉଭୟଙ୍କୁ ଉଛ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । କଟକ _ ଭୁବନେଶ୍ୱର ରାସ୍ତା ମଧ୍ୟବର୍ତ୍ତୀ ଫୁଲନଖରା ନିକଟସ୍ଥ ଦକ୍ଷିଣ ଉଷୁମା ଗ୍ରାମରେ ନିର୍ମିତ ହେଉଥିବା ଶ୍ରୁତିନ୍ୟାସର ଏହି ଆଶ୍ରମକୁ ଭବ୍ୟତୀ ପ୍ରଦାନ କରିବା ପାଇଁ ଆଶ୍ରମ ପରିସରରେ ଗବେଶଣା ପ୍ରଶିକ୍ଷଣ ପ୍ରଦର୍ଶନୀ କେନ୍ଦ୍ରଯୁକ୍ତ ଏକ ସର୍ବାଙ୍ଗ ସୁନ୍ଦର ଯଜ୍ଞଶାଳା ଓ ସାଧୁ ସନ୍ଥ ସନ୍ନ୍ୟାସୀ ଆଚାର୍ଯ୍ୟଙ୍କ ନିବାସ ପାଇଁ ସନ୍ଥକୁଟୀର ନିର୍ମାଣ ପାଇଁ ସମସ୍ତେ ଶୁଭ ସଂକଳ୍ପ ନେବ ସହ ସାମୂହିକ ଭାବରେ ଉଭୟ ନିର୍ମାଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଥିଲେ । ଶିବରାତ୍ରୀ ଉଜାଗର ଥିବାବେଳେ ଏକ ସାମାନ୍ୟ ପ୍ରାୟ ପ୍ରତୀତ ଘଟଣାରୁ ଯେମିତି ବାଳକ ମୂଳଶଙ୍କରର ଅନ୍ତର୍ମୁଖ୍ୟ ଜିଜ୍ଞାସାକୁ ଶାଶ୍ୱତ ସତ୍ୟାନୁସନ୍ଧାନରେ ବ୍ରତୀ କରାଇ ମହର୍ଷି ଦୟାନନ୍ଦ ସରସ୍ୱତୀରେ ରୂପାନ୍ତରିତ କରି ଦେଇଥିଲା , ଠିକ ସେମିତି ପ୍ରତ୍ୟେକଙ୍କୁ ଅନ୍ତର୍ମୁଖୀ କରାଇ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତ୍ୟେକ ସାଧନା ଦ୍ୱାରା ଚିରନ୍ତନ କ୍ରାନ୍ତି ପ୍ରାପ୍ତ କରିବାର ଉପାୟ ଦେବାକୁ ଏହି ସାଧକ ଆଶ୍ରମର ପରିକଳ୍ପନା ବୋଲି ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ବ୍ୟକ୍ତ କରିଥିଲେ । ଅବସର ପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ଇ. କୁମାର ସ୍ୱାମୀ, ଇଂ. ନାରାୟଣ ପଣ୍ଡା, ଶ୍ରୀ ଲେନିନ ପଟ୍ଟନାୟକ ଆଦି ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ଆଶ୍ରମର ଯାବତୀୟ ନିର୍ମାଣ କାର୍ଯ୍ୟକୁ ଆଗକୁ ନେଉଥିବାରୁ ସ୍ୱାମୀଜୀ ସେମାନଙ୍କୁ ବିଶେଷ ଆଶୀର୍ବଚନ ଦେଇଥିଲେ । ଏତଦ୍ ବ୍ୟତୀତ ଭଜନ ପରିବେଷଣରେ ସର୍ବ ଶ୍ରୀ ଶ୍ରୀକାନ୍ତ ଷଡ଼ଙ୍ଗୀ , ମୋହନ ରେଡ୍ଡୀ , ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ , ଅନ୍ୟାନ୍ୟ ବ୍ୟବସ୍ଥାରେ ଶ୍ରୀ ଶରତ ଚନ୍ଦ୍ର ସେନାପତି , ନର୍ମଦା ପାତ୍ର , ତଥା କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ସହାୟତା କରିଥିବା ସମସ୍ତଙ୍କୁ ସଙ୍ଗଠନର ସଂଯୋଜକ ଶ୍ରୀ ପଦ୍ମନାଭ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ |…

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ