ବେଦାନ୍ତ ଲାଞ୍ଜିଗଡ ପକ୍ଷରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ଶିବିର ଆୟୋଜିତ

ବେଦାନ୍ତ ହସ୍ପିଟାଲ ରେ ତିନି ଦିନିଆ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ଶିବିର ଆୟୋଜିତ  – ସମସ୍ତ ବରିଷ୍ଠ ନାଗରିକ ଙ୍କ ପାଇଁ ମାସିକିଆ ମୋତିଆ ବିନ୍ଦୁ ଶିବିର ଅନୁଷ୍ଠିତ ହେବ । – ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗତ ପାଂଚ ବର୍ଷ ମଧ୍ୟରେ ଏକ ହଜାର ରୁ ଅଧିକ ଗୋଷ୍ଠୀ ସଦସ୍ୟ ଏବଂ ଗ୍ରାମବାସୀଙ୍କ ପାଖରେ ଏହି ସେବା ପହଂଚାଯାଇପାରିଛି । ଲାଞ୍ଜିଗଡ, ୧୧ ଅକ୍ଟୋବର,୨୦୧୯: ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ବେଦାନ୍ତ ଆଲୁମିନିୟମ ଏବଂ ଶକ୍ତି ବ୍ୟବସାୟ, ଲାଞ୍ଜିଗଡ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ତିନି ଦିନିଆ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ଶିବିର ବେଦାନ୍ତ ହସ୍ପିଟାଲ ଠାରେ ଆୟୋଜନ କରାଯାଇଥିଲା । ଏହି ଅଂଚଳର ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବାର ଲକ୍ଷ୍ୟ ନେଇ ବେଦାନ୍ତ ଲିମିଟେଡ ଲାଞ୍ଜିଗଡ, ମହାନଦୀ ନେତ୍ର ଚିକିତ୍ସାଳୟ ସହାୟତାରେ ବରିଷ୍ଠ ନାଗରିକ ଙ୍କ ପାଇଁ ମାସିକ ମୋତିଆ ବିନ୍ଦୁ ଶିବିର ଆୟୋଜନ କରାଇଥାଏ ।ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଅକ୍ଟୋବର ୦୧ ରେ ଉଦ୍ଘାଟିତ ହୋଇଯାଇଛି ।  ଏହି ଅବସରରେ ଶ୍ରୀ ରାକେଶ ମୋହନ, ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ, ବେଦାନ୍ତ ଲାଞ୍ଜିଗଡ କହିଛନ୍ତି ଯେ, ଗୋଷ୍ଠୀ ଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ଆମର ଲକ୍ଷ୍ୟ ଅଟେ । ଏହା ଆମର ସୌଭାଗ୍ୟ ଯେ ଗତ ପାଂଚ ବର୍ଷ ଧରି ଏକ ହଜାରରୁ ଅଧିକ ଗୋଷ୍ଠୀ ସଦସ୍ୟ ଙ୍କ ପାଖରେ ଏଭଳି ଶିବିର ମାଧ୍ୟମରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପହଂଚାଇପାରିଛୁ ଏବଂ ପରିଚାଳନା କ୍ଷେତ୍ର ତଥା ଏହାର ଆଖପାଖରେ ଲୋକମାନଙ୍କ ଉନ୍ନତି ହେବା ନେଇ ଆମର ଚେଷ୍ଟା ଜାରି ରହିଛି । ବେଦାନ୍ତ ହସ୍ପିଟାଲରେ ଆୟୋଜିତ ଏହି ସିବିରରେ ୩୦ ଜଣିଆ ସଦସ୍ୟ ନିୟୋଜିତ ଥିଲେ । ତତ୍ ସହିତ ମହାନଦୀ ନେତ୍ର ଚିକିତ୍ସାଳୟରୁ ୮ ଜଣ ସର୍ଜନ ଏବଂ ଚକ୍ଷୁ ବିଶେଷଜ୍ଞ ମୋତିଆ ବିନ୍ଦୁରେ ପୀଡିତ ଥିବା ରୋଗୀ ମାନଙ୍କୁ ଉନ୍ନତ ସେବା ଯୋଗାଇଥିଲେ । ପ୍ରଥମ ବ୍ୟାଚ୍ ରେ ୪୦ରୁ ଅଧିକ ରୋଗୀ ଅସୁରପଡା, ଅମ୍ବାଦୋଳା, ଲାଞ୍ଜିଗଡ, ବନ୍ଧାପରି, ଚଣାଲିମା, ଚନ୍ଦନପୁର, କପାଗୁଡା, କେନ୍ଦୁବାରଡି, ମଗୁଣି, ନିଆଳି ଏବଂ ସିମିଳିଭଟ୍ଟା ଇତ୍ୟାଦି ୨୨ଟି ଗ୍ରାମରୁ ଆସି ସଫଳତାର ସହିତ ଶିବିରରେ ଚିକିତ୍ସିତ ହୋଇଥିଲେ । ଲାଞ୍ଜିଗଡ ତଥା ଆଖପାଖ ଗ୍ରାମରେ ଗୋଷ୍ଠୀ ସମ୍ପ୍ରଦାୟଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ନେଇ ବେଦାନ୍ତ ପ୍ରତିଶୃତିବଦ୍ଧ । ଏହି ଶିବିରକୁ ଜିଲ୍ଲା ଅଧିକାରୀ, ଆଂଚଳିକ ନେତା, ଗ୍ରାମବାସୀ ତଥା ବେଦାନ୍ତ ଅଧିକାରୀମାନେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ