ତୀର୍ଥଯାତ୍ରୀ ଙ୍କ ଉପରେ ଚଢିଲା ବସ ,୭ ମୃତ୍ୟୁ
(ଯୁଗାବ୍ଦ ନ୍ୟୁଜ) ଉତ୍ତର ପ୍ରଦେଶରେ ବୁଲନ୍ଦସହରରେଶୋଇଥିବା ତୀର୍ଥଯାତ୍ରୀ ଙ୍କ ଉପରେ ବସ ମାଡିଯିବାରୁ ୭ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ୫୬ ଜଣ ତୀର୍ଥଯାତ୍ରୀବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯାଇଥିଲେ। ସେଠାରୁ ଫେରିବା ସମୟରେ ଆଗ୍ରା-ମୋରାଦାବାଦ ଜାତୀୟ ରାଜପଥର ଗାନ୍ଧୀ ଘାଟ ନିକଟରେ ଡ୍ରାଇଭର ବସ ରଖିଥିଲେ। ପରେ କିଛି ତୀର୍ଥଯାତ୍ରୀ ବସରୁ ବାହାରି ରାସ୍ତାକଡରେ ବିଶ୍ରାମ ନେଇଥିଲେ। ମୃତକଙ୍କ ମଧ୍ୟରେ ୪ ମହିଳା ଏବଂ ୩ ଜଣ ନାବାଳିକା ରହିଛନ୍ତି।


