ବେଦାନ୍ତ ଲାଞ୍ଜିଗଡ଼ ୟୁନିଟ୍ ପକ୍ଷରୁ ୧ସପ୍ତାହ ଅଗ୍ନି ସୁରକ୍ଷା ଅଭିଯାନ

ଲାଞ୍ଜିଗଡ଼,(ଯୁଗାବ୍ଦ ନ୍ୟୁଜ ) : ବେଦାନ୍ତ ଲିମିଟେଡ୍ ଲାଞ୍ଜିଗଡ଼ ୟୁନିଟ୍ ପକ୍ଷରୁ ଏକ ସପ୍ତାହ ବ୍ୟାପି ୭୬ତମ ଜାତୀୟ ଅଗ୍ନିଶମ ସେବା ସୁରକ୍ଷା ସପ୍ତାହ ଏପ୍ରିଲ ୧୫ ତାରିଖ ଠାରୁ ଏଥିରେ ସ୍ଥାନୀୟ ଶିକ୍ଷାର୍ଥୀ, କର୍ମଚାରୀ, ଅଂଶୀଦାର ଆଦି ପ୍ରାୟ ୧୦୦୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ ।ଏହି ଅବସରରେ ବେଦାନ୍ତ ଲିମିଟେଡ୍ ଲାଞ୍ଜିଗଡ଼ ୟୁନିଟ୍ ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନ କହିଲେ, “କର୍ମକ୍ଷେତ୍ରରେ ସର୍ବାଧିକ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରାଯାଇ ଶୁନ୍ୟ କ୍ଷତି ପଲିସି ଗ୍ରହଣ କରାଯାଇଛି । ଏହା ସହିତ କର୍ମଚାରୀଙ୍କ ମଧ୍ୟରେ ଜାଗରୁକତାକୁ ଗୁରୁତ୍ୱ ଦିଆଯାଉଛି । ଫଳରେ ଅଗ୍ନି ସମ୍ପର୍କିତ ଦୂର୍ଘଟଣାର ହାର ହ୍ରାସ ପାଇଛି । କର୍ମକ୍ଷେତ୍ରରେ ସୁରକ୍ଷାକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହା ଆମର ପ୍ରଧାନ ଲକ୍ଷ୍ୟ ।”ଆଶ୍ରମପଡା, ବସନ୍ତପଡା ଏବଂ ଲାଞ୍ଜିଗଡ଼ ଏସଏସଡି ହାଇ ସ୍କୁଲ ରେ ପ୍ରୟ ୫୦୦ ଜଣ ଶିକ୍ଷାର୍ଥୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେହିପରି ଅଗ୍ନିଶମ ରେ ପାରଦର୍ଶିତା ଲାଭ କରିଥିବା ୬୦୦ରୁ ଅଧିକ କର୍ମଚାରୀ ଏବଂ ଅଂଶୀଦାର ଏଥିରେ ଯୋଗଦେଇ ସୁରକ୍ଷା ପଦକ୍ଷେପ, ତାଲିମ୍ ଏବଂ ସଚେତନତା ଆଦି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରାଇଥିଲେ ।ଏହି ଅବସରରେ ଅଗ୍ନିଶମ ସମ୍ପର୍କିତ ବିବିଧ ବ୍ୟବସ୍ଥା ତଥା କାର୍ଯ୍ୟପ୍ରଣାଳୀ ଉପରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ଏଥିରେ କମ୍ପାନୀ ର ସୁରକ୍ଷା ଅଧିକାରୀ ମଧ୍ୟ ସାମିଲ୍ ହୋଇଥିଲେ । ପ୍ରକଳ୍ପ ଅଂଚଳରେ ଅଗ୍ନି ସୁରକ୍ଷାକୁ ନିଶ୍ଚିତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏଠାରେ ସର୍ବନିମ୍ନ ଦୁର୍ଘଟଣା ଲକ୍ଷ୍ୟକୁ ପ୍ରାଥମିକତା ଦିଆଯାଇଥାଏ । ପ୍ଲାଂଟ୍ ଅଂଚଳରେ ଶୂନ୍ୟ ଦୁର୍ଘଟଣାକୁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ । ବେଦାନ୍ତ ସବୁବେଳେ କାର୍ଯ୍ୟକ୍ଷେତ୍ରରେ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଥାଏ । ବେଦାନ୍ତ ଲାଞ୍ଜିଗଡ଼ ଲିମିଟେଡ୍ ଶ୍ରେଷ୍ଠ ସୁରକ୍ଷା ଜନିତ ପଦକ୍ଷପ ଦ୍ୱାରା ଏଠାରେ ଶୁନ୍ୟ କ୍ଷତି ଲକ୍ଷ୍ୟକୁ ପୂରଣ କରିବା ସହିତ ପ୍ରକଳ୍ପ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ ରୁଦ୍ଧିମନ୍ତ କରାଇପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ