ବେଦାନ୍ତ ଲିମିଟେଡ୍ ଡିଜିଏକ୍ସପ୍ଲୋର୍-୨୦୧୯ରେ ୫ ଡିଜିଟାଲ ଷ୍ଟାଟ୍ଅପ୍ ସହିତ ଚୁକ୍ତି
ଅଶୋଧିତ ତୈଳ କମ୍ପାନି କେର୍ଣ୍ଣ ଅଏଲ୍ ଏବଂ ଗ୍ୟାସ୍ ବେଦାନ୍ତ ଲିମିଟେଡ୍ ପକ୍ଷରୁ ଡିଜିଏକ୍ସପ୍ଲୋର-୨୦୧୯ ସମ୍ମିଳନୀ ଆୟୋଜିତ ହୋଇଛି । ଏହି ଅବସରରେ ଅଏଲ୍ ଏବଂ ଗ୍ୟାସ୍ ଉତୋଳନ ତଥା ଉ୍ପାଦନରେ କିଭଳି ଡିଜିଟାଲ ଜ୍ଞାନକୌଶଳର ଉପଯୋଗ କରାଯାଇ ପାରିବ ସେନେଇ କାର୍ଯ୍ୟଧାରା ପ୍ରସ୍ତୁତ ହୋଇଛି । ଏହି ଅବସରରେ ହାଇଡ୍ରୋକାର୍ବନ ଜେନେରାଲର ନିର୍ଦ୍ଦେଶାଳୟର ମହାନିର୍ଦ୍ଦେଶକ ଡ. ଭି.ପି. ଜୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେହିପରି ସମ୍ମାନୀତ ଅତିଥି ଭା ବେ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ୫ଟି ଡିଜିଟାଲ ଷ୍ଟାଟ୍ ଅପ୍ ସହିତ ଚୁକ୍ତି ସ୍ୱାକ୍ଷର ହୋଇଛି । ସେଥିମଧ୍ୟରେ ପ୍ରୋବୋଟିକ୍ସଲ୍ୟୁସନ୍ ପ୍ରା. ଲିଃ., ଡିଟେକ୍ଟ୍ ଟେକ୍ନୋଳୋଜି, ସିମୁଲାନିସ୍ ସଲ୍ୟୁସନ୍ ପ୍ରା.ଲିଃ., ଉଷନାଟେକ୍ ଏବଂ ଇନସିଡୋ ଟେକ୍ନୋଲୋଜି ସଲ୍ୟୁସନ ଲିଃ. ଆଦି ରହିଛି । ନଚର୍ ଆଦି କମ୍ପାନୀ ଅଂଶଗ୍ରହଣ କରିଥିଲେ ।