ବେଲକୁଣ୍ଠାରେ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ବେଲକୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ଏନ.ଏସ.ଏସର ୟୁନିଟ -୧,ୟୁନିଟ-୨ ଓ ୟୁନିଟ-୩ର ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ଗୋଲକୁଣ୍ଡା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶଯୁକ୍ତ ଅଜିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ ଡଃ.ଗୁରୁମୁର୍ତ୍ତୀ ନାୟକ , ଅଶୋକ କୁମାର ସ୍ୱାଇଁ , ଏନ.ଏସ.ଏସ ପ୍ରୋଗ୍ରାମ ଅଫିସର ଡଃ. ପ୍ରଫୁଲ୍ଲ କୁମାର ଜେନା, ସପନ କୁମାର ପ୍ରଧାନ, ରଂଜିତ ସାମଲ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ଯୋଜନା ଦିବସ ସଂପର୍କରେ ଅବଗତ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ