ବେଲଗୁଣ୍ଠାର ଚାରି ସ୍ଵାସ୍ଥ୍ୟ କେନ୍ଦ୍ର ପାଇଲେ କାୟାକଳ୍ପ ପୁରସ୍କାର 

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବେଲଗୁଣ୍ଠା ବ୍ଳକ୍ ର ଚାରି ସ୍ୱାସ୍ଥ୍ୟ କେନ୍ଦ୍ର ନିଜର ଉତ୍କର୍ଷତା ପ୍ରତିପାଦନ କରି ଚଳିତ ବର୍ଷର କାୟାକଳ୍ପ ପୁରସ୍କାର ହାସଲ କରିଛନ୍ତି I ସୂଚନା ପ୍ରକାରେ କାୟାକଳ୍ପ ପୁରସ୍କାର ପାଇବାରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗଞ୍ଜାମ ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ହାସଲ କରିଛି I ସେହିପରି ପାଇଲିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବଙ୍କା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ଜାତୀୟ ସ୍ଵାସ୍ଥ୍ୟ ମିଶନ୍ ଦ୍ୱାରା କାୟାକଲ୍ପ ପୁରସ୍କାର ହାସଲ କରିଛନ୍ତି I ଚଳିତ ବର୍ଷ ବିଭିନ୍ନ ସମୟରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକୁ କାୟାକଳ୍ପ ଟିମ୍ ପରିଦର୍ଶନ କରି ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡ଼ିକର ଭିତ୍ତିଭୂମି,ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ରୋଗୀ ସେବା, ବର୍ଜ୍ୟବସ୍ତୁ ପରିଚାଳନା,ସ୍ଵଚ୍ଛ ପରିବେଶ,ଔଷଧିୟ ଉଦ୍ୟାନ, ଜଳ ନିଷ୍କାସନ ବ୍ୟବସ୍ଥା ଆଦିର ଯାଞ୍ଚ୍ କରିବା ସହିତ ଏହାର ମୂଲ୍ୟାଙ୍କନ କରିଥିଲେ I ଏଥିରେ ଉପରୋକ୍ତ ଚାରି ସ୍ଵାସ୍ଥ୍ୟକେନ୍ଦ୍ରର ମାନ ଉତ୍କୃଷ୍ଟ ଥିବାରୁ ଏହି ଚାରି ସ୍ଵାସ୍ଥ୍ୟ କେନ୍ଦ୍ରକୁ କାୟାକଳ୍ପ ପୁରସ୍କାର ମିଳିଥିବା ସୂଚନା ମିଳିଛି I ଏଥିରେ ଅଞ୍ଚଳବାସୀ ଖୁସି ପ୍ରକଟ କରିବା ସହ ଏହାର ସମସ୍ତ ଶ୍ରେୟ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ୱର ଷଡ଼ଙ୍ଗୀ,ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରାମହରି ପଣ୍ଡା, ବ୍ଳକ୍ ପ୍ରୋଗ୍ରାମ୍ ମ୍ୟାନେଜର୍ ଦୂର୍ଗା ପ୍ରସାଦ ପଟ୍ଟନାୟକ,ବ୍ଳକ୍ ଡାଟା ମ୍ୟାନେଜର୍ ପବିତ୍ର ପାଣିଗ୍ରାହୀ ଏବଂ ପାଇଲିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆୟୂଷ ଡାକ୍ତର ସରୋଜ ପ୍ରଧାନଙ୍କୁ ଦେଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ