ବେଲଗୁଣ୍ଠାରେ ବ୍ଳକ୍ ଟାସ୍କ ଫୋର୍ସ୍ କମିଟି ବୈଠକ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ଆଜି ବେଲଗୁଣ୍ଠା ବ୍ଳକ୍ ପରିସରରେ ଥିବା ସଭା ଗୃହରେ ବ୍ଳକ୍ ଟାସ୍କ ଫୋର୍ସ୍ କମିଟି ବୈଠକ ତଥା ତୃଣମୂଳସ୍ତରରେ କାର୍ଯ୍ୟ କରୁ୍ଥିବା ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ସ୍ଵାସ୍ଥ୍ୟ କର୍ମୀ ଏବଂ ଗାଆଁ କଲ୍ୟାଣ ସମିତିର ସଭ୍ୟାଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର, ଅତିରିକ୍ତ ତହସିଲଦାର ଧରଣୀ ଧର ବେହେରା,ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ, ଏଲ୍ଏଚଭି , ଆଇନା ସ୍ଵେଚ୍ଛାସେବୀ ସଙ୍ଗଠନ ସଦସ୍ୟ ଟୁକୁନା ଖଟେଇ ପ୍ରମୁଖ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମ ରେ ନିର୍ଭୟା କଢି, ମୋ ଗେହ୍ଲା ଝିଅ, ବିଜୁ କନ୍ୟା ରତ୍ନ, ବାଲ୍ଯ ବିବାହ ଦୂରୀକରଣ, ଶିଶୁ ସୁରକ୍ଷା ଓ ଅଧିକାର,ଲିଙ୍ଗ ନିରୂପଣ ଓ କନ୍ୟା ଭ୍ରୁଣ ହତ୍ୟା ପ୍ରଭୃତି ସମ୍ପର୍କରେ ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ଶିବ ପ୍ରସାଦ ରଥ ଓ ସୁକର୍ଣ୍ଣ ଶତପଥି ତୃଣମୂଳସ୍ତରର କର୍ମୀଙ୍କୁ ତାଲିମ୍ ପ୍ରଦାନ କରିଥିଲେ I ଏହି କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଗାୟତ୍ରୀ ମିଶ୍ର ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ବ୍ଳକ୍ ମିଶନ୍ ଶକ୍ତି ସଂଯୋଜକ ଏବଂ ସମସ୍ତ ସୁପରଭାଇଜର ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ