ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ପଂଚାୟତରେ ବିଜେଡ଼ିର ପଦଯାତ୍ରା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ପଂଚାୟତରେ ବିଜେଡ଼ିର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି I ବ୍ଳକ୍ ବିଜେଡ଼ି ସଭାପତି ତଥା ବଡ଼ ବୋର୍ସିଂଗ୍ ସରପଞ୍ଚ ଏସ୍ ରାମେଶ୍ୱର ପାତ୍ରଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରଥମେ ନୂଆଁପଡ଼ା ଛକ ଠାରୁ ଆରମ୍ଭ ହୋଇ ଗୋବରା ମୁଖ୍ୟ ସଡ଼କରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ଏବଂ ଗୋବରା ଗାନ୍ଧୀ ବାଞ୍ଚାନିଧି ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଗୋବରା ପଂଚାୟତରେ ପଦଯାତ୍ରା କରାଯାଇଥିଲା I ଏହି ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବେଲଗୁଣ୍ଠା ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇଥିଲେ I ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ଜିଲ୍ଲାପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ, ଗଞ୍ଜାମ ଜିଲ୍ଳା ସାଧାରଣ ସମ୍ପାଦକ କୁଞ୍ଜବିହାରୀ ନାୟକ, ଡ଼ିଜିଟାଲ ସମ୍ପାଦକ ତଥା ଗୋବରା ସମିତିସଭ୍ୟ ବିଭୁପାଦ ଜେନା, ସୋରଡ଼ା ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ଦୂର୍ଗା ମାଧବ ନାୟକ, ୪୭ନମ୍ବର୍ ଜୋନ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉଢୁରା ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ, ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଗୌଡ଼, ସୀମାଞ୍ଚଳ ବିଷୋୟୀ, ଯୁବନେତା ସରୋଜ ସ୍ଵାଇଁ, ଭି.ଆଲୋକ ରାଜୁ, ଯୁବ ବିଜେଡ଼ି ସଭାପତି ଶିବରାମ ରାଉତ,ରାଜେଶ୍ ପାତ୍ର, ପୂର୍ବତନ ଜିଲ୍ଳା ପରିଷଦ ସଭ୍ୟ ଅମିତ୍ କୁମାର ନାଇକ, କୃଷ୍ଣ ଗୌଡ଼, ଦୟାନିଧି ବିଶ୍ୱାଳ, ପ୍ରଣବ ଦାସ, ସନ୍ତୋଷ କୁମାର ବିଶ୍ୱାଳ,ଶରତ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ I ସେହିପରି ଏହି ପଦଯାତ୍ରା ପୁରୁଣା ତନରଡା,ନୁଆଁ ତନରଡା ଏବଂ ନୂଆଁଗାଁରେ ମଧ୍ୟ ଅନୁଷ୍ଠିତ ହୋଇଥିଲା I


