ବେଲଗୁଣ୍ଠା ବ୍ଳକ ତରଫରୁ ପଞ୍ଚାୟତ ସମିତି ଗୌରବ ସମ୍ମାନ-୨୨ ଅନୁଷ୍ଠିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ପଞ୍ଚାୟତ ସମିତି ଗୌରବ ସମ୍ମାନ -୨୦୨୨ କାର୍ଯ୍ୟକ୍ରମ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଶିକ୍ଷା ର ବିକାଶ ଓ ବିସ୍ତାର ଘଟିଲେ ସମାଜରେ ସଂସ୍କାର ଆସିପାରିବ ବୋଲି କହିବା ସହିତ ରାଜ୍ୟ ସରକାର ଶିକ୍ଷା କୁ ଗୁରୁତ୍ୱ ଦେଇ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି ବୋଲି ପ୍ରକାଶ କରିଥିଲେ ।୫ ଟି ରୁପାନ୍ତରିତ ବିଦ୍ୟାଳୟ ଗୁଡ଼ିକରେ ଉଚ୍ଚ କୋଟିର ଶିକ୍ଷାଦାନ ଶୈଳୀ ଏହାର ଉଦାହରଣ ବୋଲି ସେ ଅବିହିତ କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ପାଢୀ, ବ୍ଳକ ବିଜେଡି ସଭାପତି ତଥା ସରପଞ୍ଚ ରାମେଶ୍ବର ପାତ୍ର, ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ,ଆତ୍ମା ଚେୟାରମେନ୍ ରଶ୍ମିତ୍ ପରିଡା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ ଓ ଏନ୍.ଏ.ସି ବିଭିନ୍ନ ସ୍କୁଲ ରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ୨୫ ଜଣ ମେଧାବୀ ଛାତ୍ରଛାତ୍ରୀ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୪ ଜଣ ଏବଂ ଯୁକ୍ତ ଦୁଇ ରେ ସର୍ବୋଚ୍ଚ ନମ୍ବରରେ ଉତ୍ତୀର୍ଣ୍ଣ ହୋଇଥିବା ୮ ଜଣଙ୍କୁ ପଞ୍ଚାୟତ ସମିତି ଗୌରବ ସମ୍ମାନରେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ଆଗାମୀ ବର୍ଷ ମାନଙ୍କରେ ମଧ୍ୟ ଚାଲୁ ରହିବ ବୋଲି ଅଧ୍ୟକ୍ଷ ଶ୍ରୀ ନାୟକ ପ୍ରକାଶ କରିଥିଲେ ରେଷ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ୱସ୍ତିସୁନ୍ଦର ସିଅ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମିତି ସଭ୍ୟ ବିଭୁପାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଯୁବ ସଭାପତି ଶିବରାମ ରାଉତ, ଚିନ୍ମୟ ପୋଲାଇ, ସରପଞ୍ଚ ପ୍ରତିନିଧି ସରୋଜ କୁମାର ସ୍ୱାଇଁ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।