ବେଲଦା ଠାରେ କଂଗ୍ରେସର ମିଶ୍ରଣ ପର୍ବ

ବନ୍ତ (ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବେଲଦା ଠାରେ କଂଗ୍ରେସ ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସଭାପତି ବିଷ୍ଣୁ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭଣ୍ଡାରିପୋଖରୀ କଂଗ୍ରେସ ନେତା ସୁବ୍ରତ ଦାସ, ବ୍ଲକ ସଭାପତି ରାଜ କିଶୋର ସ୍ୱାଇଁ, ବେଲଦା ଗ୍ରାମର ବରିଷ୍ଠ ନେତା ବାବୁଲି ନାୟକ, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷା ନିରୁପମା ରାଉତ, ଉଦ୍ଧବ ନାୟକ, ନକୁଳ ସେଠୀ, ପ୍ରିୟନାଥ ନାୟକ, ପପୁ ମହାପାତ୍ର, ରଘୁନାଥ ଦାସ, ଦୁଃଶାସନ ଗ୍ରହାଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଜେଡି ପ୍ରତି ବିମୁଖ ହୋଇ ବୁନା ନାୟକ, ଅନିଲ ମଳିକ, ରାଧାକାନ୍ତ ମଳିକ, ମନୋଜ ନାୟକ, ଚକ୍ରଧର ଜେନା, ଗୌରାଙ୍ଗ ଜେନା, ରମାକାନ୍ତ ମଳିକ, ବଣ୍ଟି ମହାପାତ୍ର ପ୍ରମୁଖ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ସମସ୍ତ ଯୁବ କର୍ମୀ ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ