ବେଳାଭୂମି ମଦ ବିକ୍ରିକୁ ବିରୋଧ : ୧୪ ସଂଗଠନ ପକ୍ଷରୁ ଦାବିପତ୍ର

ବାଲେଶ୍ୱର, (ସରୋଜ ପଣ୍ଡା): ରାଜ୍ୟ ସରକାରଙ୍କ ସମୁଦ୍ର ବେଳାଭୂମିରେ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ବାଲେଶ୍ୱରରେ ବିଭିନ୍ନ ମହଲରୁ ଦୃଢ଼ ବିରୋଧ କରାଯାଉଛି । ଜିଲାର ୧୪ଟି ସଂଗଠନପକ୍ଷରୁ ମିଳିତ ଭାବେ ସରକାରଙ୍କ ଏହି ପ୍ରସ୍ତାବକୁ ବିରୋଧ କରି ଜିଲାପାଳଙ୍କୁ ଗୁରୁବାର ପ୍ରତିବାଦପତ୍ର ଦିଆଯାଇଛି । ବାଲେଶ୍ୱର ଜିଲା ବ୍ରାହ୍ମଣ ସମିତି, ଯୁଗଶ୍ରୀ ଯୁଗନାରୀ, ପ୍ରତିରକ୍ଷା କର୍ମଚାରୀ ସମନ୍ୱୟ ସମିତି,ଏଆଇଟିୟୁସି ଜିଲା କମିଟି, ଜିଲା ବରିଷ୍ଠ ନାଗରିକ ମଞ୍ଚ, ବାଲେଶ୍ୱର ରିକ୍ସା ଚାଳକ ସଂଘ, ପ୍ରୁଫ୍ କର୍ମଚାରୀ ସଂଘ, ବ୍ୟାସ କବି ନଗର ବିକାଶ ପରିଷଦ, ଆଇଟିଆର କର୍ମଚାରୀ ସଂଘ, ଜିଲା ପରିଷଦ ସଦସ୍ୟ ସୀତାରାମ ପ୍ରଧାନ, ବ୍ରିଟ କଲୋନି ବିକାଶ ପରିଷଦ, ଅବସରପ୍ରାପ୍ତ ରେଳ କର୍ମଚାରୀ ଆସୋସିଏସନ, ବାଲିଆସ୍ଥିତ ବୃନ୍ଦାବତୀ ବିହାର ବିକାଶ ପରିଷଦ ଓ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ସମେତ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)ର ଜିଲା ନେତୃତ୍ୱମଣ୍ଡଳିର ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ରଙ୍କୁ ସାକ୍ଷାତ ପ୍ରତିବାଦପତ୍ର ପ୍ରଦାନ କରିଥିଲେ । ସେହିଭଳି ସମୁଦ୍ରକୂଳରେ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ନେଇ ଭୋଗରାଇ, ବାଲିଆପାଳ ଓ ଚାନ୍ଦିପୁର ଅଞ୍ଚଳବାସୀ ସରକାରଙ୍କ ଏହି ସରକାରୀ ନିଷ୍ପତ୍ତିକୁ ବିରୋଧ କରିଆସୁଛନ୍ତି । ରାଜ୍ୟ ସରକାର ଓ ଜିଲାପାଳ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର ପାଇଁ ସବୁ ମହଲରୁ ଦାବି ହୋଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ‘ମୋନା’ର ସଭାପତି ପ୍ରଭାକର ସାହୁ, ସାଧାରଣ ସଂପାଦିକା ମମତା ମହାପାତ୍ରଙ୍କ ସମେତ ଗୀତାଞ୍ଜଳି ସିଂହ ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରତିବାଦ ପତ୍ରଗୁଡ଼ିକ ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ