ସଦଭାବନା ଦିବସରେ ପ୍ରଶାସନର ଶପଥ ପାଠ

ବାଲେଶ୍ୱର,(ସରୋଜ ପଣ୍ଡା): ସଦଭାବନା ଦିବସ ପାଳନ ଅବସରରେ ବାଲେଶ୍ୱର ଜିଲଳ ପ୍ରଶାସନ ପକ୍ଷରୁ ଏକ ଶପଥ ପାଠ କାର୍ଯ୍ୟକ୍ରମ ସ୍ଥାନୀୟ ସଦଭାବନା ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରାଳୟ ଏବଂ ରାଜ୍ୟ ଗୃହ ବିଭାଗର ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗ ଦେଇ ଉପସ୍ଥିତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ । ଜାତି, ସମ୍ପ୍ରଦାୟ, ଧର୍ମ, କ୍ଷେତ୍ର ଓ ଭାଷାର ଭେଦଭାବ ବିନା ସମସ୍ତ ଭାରତୀୟଙ୍କ ଭାବନାତ୍ମକ ଏକତା ଏବଂ ସଦଭାବନା ନିମନ୍ତେ କାର୍ଯ୍ୟ କରିବା ଏବଂ ହିଂସାର ଆଶ୍ରୟ ନ ନେଇ ସମସ୍ତ ପ୍ରକାର ମତଭେଦକୁ କଥାବାର୍ତ୍ତା, ଆଲୋଚନା ଓ ସାମ୍ବିଧାନିକ ବିଧି ମୁତାବକ ସମାଧାନ ପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ । କୋଭିଡ-୧୯ ନିୟମାବଳୀର ପାଳନ ପୂର୍ବକ ଏହି ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଅତିରିକ୍ତ ଜିଲାପାଳ (ରାଜସ୍ୱ) ଭବେଶ କୁମାର ନାୟକ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଏହି ଏଥିରେ ଯୋଗଦେଇ ଶପଥପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ