ବେଷ୍ଟ କମ୍ପ୍ୟୁଟରରେ ସାଧାରଣତନ୍ତ୍ର ଦିବସ ପାଳିତ

ଗୋପାଳପୁର, (ରମେଶ ସାହୁ) :- ଗୋପାଳପୁର ବିଜ୍ଞାପିତ ଅଂଚଳ ପରିସର ସ୍ଥିତ ହରିଜନ ସାହିରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସାହିବାସିନ୍ଦାଙ୍କ ଦ୍ୱାରା ଅନୁଷ୍ଠିତ ପତକା ଉତ୍ତାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜ ସେବି ଏମ୍‌. ଶିବ ପାତ୍ର ଯୋଗ ଦେଇ ଜାତୀୟ ପତକା ଉତ୍ତାଳନ କରିବା ସହ ସେଠାରେ ଯୁବପିଢ଼ିଙ୍କୁ ଭଲ ପାଠ ପଢିବା ସହ ସମାଜ ଗଠନରେ ମୂଳ ଭୂମିକା ନେବାକୁ କହିଥିଲେ । ପରେ ମୁଖ୍ୟ ସଡ଼କ ନିକଟରେ ଥିବା ବେଷ୍ଟ କମ୍ପ୍ୟୁଟର ପରିସରରେ ବିଦ୍ୟାର୍ଥ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବା ସହ ବିଦ୍ୟାର୍ଥ ମାନଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେଡ଼ି ଯୁବ ଜନତା ଦଳ ଉପସଭାପତି ଲଲାଟ ଗୌଡ଼, ଗୋପାଳପୁର ବିଜ୍ଞାପିତ ପରିଷଦ ଅଞ୍ଚଳ ବିଜେଡ଼ି ଛାତ୍ର ସଭାପତି ରାଜେଶ, ପୂର୍ବତନ କାଊଂସୀଲର ଲିଲି ନାୟକ, ଡ଼ି. କଲ୍ୟାଣ, ବି. ଋାଜୁ, ଚନ୍ଦନ, କୁମାର ନାଲୁ, ବୁବୁ, ଶ୍ରୀନୁଙ୍କ ସମେତ ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ ଏଠାରେ ସରକାରଙ୍କ ଦ୍ୱାରା ଦିଆଯାଇଥିବା କୋଭିଡ଼ ନିୟମକୁ ପାଳନ କରାଯିବା ସହ ସାମାଜିକ ଦୂରତାର ବଜାଇ ରଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ