ବୈକୁଣ୍ଠ ଚତୁର୍ଦ୍ଦଶୀ ଉପଲକ୍ଷେ ଆଧ୍ୟତ୍ମିକ କାର୍ଯ୍ୟକ୍ରମ
ବ୍ରହ୍ମପୁର , ( ଯୁଗାବ୍ଦ ନ୍ୟୁଜ) : ବୈକୁଣ୍ଠ ଚତୁର୍ଦ୍ଦଶୀ ଉପଲକ୍ଷେ ସୋମବାର ବିଜିପୁର ଜଗନ୍ନାଥ ମନ୍ଦିରରେ ୧୦୮ ତୁଳସୀ ଅର୍ପଣ , ୧୦୮ ଆରତି , ଭାଗବତ ପାଠ ପରେ ହୋମ ଅନୁଷ୍ଠିତ ହୋଇଯାଇଛି । ଦିବ୍ୟ ଜୀବନ ଭକ୍ତ ମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯିବା ସହ ଭଗତ ବକ୍ତା ଶ୍ରୀ ହରି ଦାସ ଭାଗବତ ବକ୍ତା ଶ୍ରୀ ହରି ଦାସ ଭାଗବତର ଶୁକ ପରିକ୍ଷୀତ ସମ୍ବାଦ ବର୍ଣ୍ଣନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସହଦେବ ପାତ୍ର , ବାପି ସାହୁ , ରଘୁନାଥ ପାତ୍ର , ପ୍ରକାଶ ଚନ୍ଦ୍ର ଶତପଥୀ , ରାମ ପାତ୍ର , ମାଧବ ଜେନା , ରିତା , ଅମିତାଙ୍କ ସମେତ ବହୁ ଭକ୍ତମାନେ ଯୋଗଦେଇଥିଲେ ।