ବୈଠକରେ ବ୍ୟାଙ୍କ କର୍ମକର୍ତ୍ତା ଅନୁପସ୍ଥିତ ଥିବାରୁ ବିରକ୍ତି ପ୍ରକାଶ କଲେ ଏଡିଏମ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ୭୧ତମ ସାଧାରଣତନ୍ତ୍ର ଦିବସ ଛତ୍ରପୁର ରେ ଯାକଜକମରେ ପାଳନ କରିବା ନିମନ୍ତେ ଆଜି ଛତ୍ରପୁର ସମସ୍ତ ବ୍ୟବସାୟୀ ସଂଘ ଏବଂ ବ୍ୟାଙ୍କ କର୍ମକର୍ତ୍ତା ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ଓସ୍ୱାନ ଭିଡିଓ କନଫେରସିଂ ହଲରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ସହରର ସମସ୍ତ ବ୍ୟବସାୟୀ ସଂଘର କର୍ମକର୍ତ୍ତା ଯୋଗଦେଇଥିବା ବେଳେ ସହରରେ ଅବସ୍ଥାପିତ ୧୮ବ୍ୟାଙ୍କ ମଧ୍ୟରୁ ମାତ୍ର ତିନିଗୋଟି ବ୍ୟାଙ୍କର କର୍ମକର୍ତ୍ତା ଯୋଗଦେଇଥିବାରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ବିରକ୍ତି ପ୍ରକାଶ କରିଥିଲେ । ଏହାସହ ଅନ୍ୟବ୍ୟାଙ୍କ କର୍ମକର୍ତ୍ତା ମାନେ କାହିକି ବୈଠକରେ ଯୋଗଦେଲେ ନାହିଁ ତାହାର ଖୋଳତାଡ କରିଥିଲେ । ତେବେ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ବୈଠକ ନିମନ୍ତେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗର କର୍ମଚାରୀ ବ୍ୟାଙ୍କ କର୍ମକର୍ତ୍ତା ମାନଙ୍କୁ ଚିଠି ପ୍ରଦାନ କରି ଚିଠି ପାଇଁଥିବା ଦସ୍ତଖତ ଆଣିଥିଲେ । ତେବେ ଖୋଦ୍ ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହର ତଥା ଜିଲ୍ଲାପାଳ କାର୍ଯ୍ୟାଳୟରୁ ଦୁଇଶହରୁ ପାଞ୍ଚଶହ ମିଟର ଦୂରରେ ରହିଥିବା ବ୍ୟାଙ୍କ ଗୁଡିକ କାହିଁକି ଏହି ବୈଠକରେ ସେମାନଙ୍କର କର୍ମକର୍ତ୍ତା ମାନେ ଯୋଗଦେଲେନି ଏହାକୁ ନାପସନ୍ଦ କରିଛନ୍ତି ବୈଠକରେ ଉପସ୍ଥିତ ଥିବା ବ୍ୟବସାୟୀ ସଂଘର କର୍ମକର୍ତ୍ତା ଏବଂ ବୁଦ୍ଧିଜିବୀ ମାନେ । ଆଗାମୀ ଦିନରେ ଜିଲ୍ଲାପ୍ରଶାସନ ପକ୍ଷରୁ ସେମାନଙ୍କ ଏହି ଗାଲୁଆ ନିତିକୁ ତାଗିଦ୍ କରିବା ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବ୍ୟବସାୟୀ ସଂଘର କର୍ମକର୍ତ୍ତା ମାନେ । ଏହି ବୈଠକରେ ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତ ବ୍ୟବସାୟୀ ସଂସ୍ଥା ଏବଂ ବ୍ୟାଙ୍କ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସନ୍ଧ୍ୟାରେ ଆଲୋକ ସଜ୍ଜା କରିବାକୁ କୁହାଯାଇଛଥିଲ।। ପ୍ଲାଷ୍ଟିକ ପତାକା ବ୍ୟବହାର ନକରିବା କୈାଣସି ଦୋକାନୀ ବିକ୍ରି ନକରିବା ନିମନ୍ତେ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ସମାଜସେବୀ ପ୍ରଫୁଲ କୁମାର ପଟ୍ଟନାୟକ, ମଝିବଜାର ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି , ରିକାପଲ୍ଲୀ ବ୍ୟାଘ୍ରଦେବୀ ବଣିକ ସଂଘର ସଭାପତି ଲକ୍ଷ୍ମୀନାରାୟଣ ପଣ୍ଡା, ବଡବାଜର ବ୍ୟବସାୟୀ ସଂଘର ସଭାପତି ପ୍ରଫୁଲ କୁମାର ସେନାପତି, ୟୁଥମାସ ସେବାସଂଘର ସମ୍ପାଦକ ସୟଦ ମୁକ୍ତାର, ସଂଜିତ୍ ରାଉଳଙ୍କ ସମେତ ବହୁ ବ୍ୟବସାୟୀ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।