ବୈତରଣୀ ଜଳ ସ୍ତର ଵୃଦ୍ଧି

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଲଘୁଚାପ ଜନିତ ବର୍ଷା ଯୋଗୁଁ ଭଣ୍ଡାରିପୋଖରୀ ଦେଇ ଯାଇଥିବା ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି।ରବିବାର ସକାଳୁ ନଦୀ ଆଖପାଖ ଅଞ୍ଚଳରେ ବର୍ଷା ଲାଗି ରହିଥିବା କାରଣରୁ ଜଳ ସ୍ତର ଵୃଦ୍ଧି ପାଉଥିବା ଜଣାଯାଇଛି।ଏହାଛଡା ନଦୀର ଉପର ମୁଣ୍ଡରେ ମଧ୍ୟ୨୪ଘଣ୍ଟା ମଧରେ କିଛି ପରିମାଣରେ ବର୍ଷା ହୋଇଛି। ମିଳିଥିବା ସୂଚନା ମୁତାବକ ବୈତରଣୀ ଉପର ମୁଣ୍ଡ ଆନନ୍ଦପୁର ଠାରେ ୬୬.୨ମିମି.,ଚମ୍ପୁଆ ଠାରେ ୬.୮ମିମି.,ସ୍ଵାମପାଟଣା ଠାରେ ୧୧.୮ମିମି.,କେନ୍ଦୁଝର ଠାରେ ୧୮.୦ମିମି.,ଆଖୁଆପଦା ଠାରେ ୪୧.୬ମିମି. ଓ ଠାକୁରମୁଣ୍ଡା ଠାରେ ୩୫.୨ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସମସ୍ତ ସ୍ଥାନରେ ହୋଇଥିବା ବର୍ଷା ଅନୁଯାୟୀ ଆସନ୍ତା କାଲି ସୁଦ୍ଧା ନଦୀରେ ସେଭଳି ବନ୍ୟା ଆଶଙ୍କା ନଥିଵା ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ