ବୃଦ୍ଧାଙ୍କ ଶବ ଉଦ୍ଧାର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ମାଳଦା ପଞ୍ଚାୟତ ରଘୁନାଥପୁର ଗ୍ରାମର ଜନୈକ ବୃଦ୍ଧା ଗତକାଲି ଠାରୁ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଗ୍ରାମର ରଙ୍ଗ ଧଳ(୫୮) ବୈତରଣୀ ନଦୀକୁ ଯାଇ ଘରକୁ ଫେରି ନଥିବାରୁ ଏନେଇ ସାହି ପଡିଶା ବହୁ ଖୋଜାଖୋଜି କରିଥିଲେ। ଏପରିକି ଯାଜପୁରରୁ ଦମକଳ ବାହିନୀ ଆସି ନଦୀରେ ରାତି ଯାଏଁ ଖୋଜିଥିଲେ ସୁଦ୍ଧା ବୃଦ୍ଧାଙ୍କର କୌଣସି ଖବର ମିଳିନଥିଲା। ଆଜି ସକାଳୁ ଗାଁ ଠାରୁ ଅନତିଦୂର କଣ୍ଟି ଏସ୍କେପ ନିକଟରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାଯାଇଛି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ୧୭/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ବୃଦ୍ଧା ଜଣକ ବୈତରଣୀ ନଦୀରେ ମୃତ୍ୟୁ ବରଣ କରିଛନ୍ତି ତାହାର ସଠିକ କାରଣ ଜଣାପଡିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ