‘ବୈଦ୍ୟାନ’ ତରଫରୁ ମାଗଣା ଆୟୁର୍ବେଦ ଚିକିତ୍ସା ଶିବିର

ବାଲେଶ୍ୱର,: ରେମୁଣା ବ୍ଲକର ଭୂଇଁପଡା ଗ୍ରାମରେ ଏକ ବିଶାଳ ମାଗଣା ଆୟୁର୍ବେଦ ଚିକିତ୍ସା ଶିବିର ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଚିକିତ୍ସା ଶିବିରକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଉଦ୍ଘାଟନ କରିଥିଲେ । ଏହି ଚିକିତ୍ସା ଶିବିରକୁ ବାଲେଶ୍ୱର ଆୟୁର୍ବେଦ ଚିକିତ୍ସକ ସଂଘ ‘ବୈଦ୍ୟାନ’ ତରଫରୁ ଡା. ପ୍ରଭାତ ରଞ୍ଜନ ପ୍ରଧାନ, ଡା. କୁନନ୍ଦା ଗିରି, ଡା. ପ୍ରଭାକର ରଥ, ଡା. ଦେବବ୍ରତ ପାତ୍ର, ଡା. ଦେବଦାସ ସାହୁ, ଡା. ସମ୍ବିତ ଦାସ, ଡା. ଗତିକୃଷ୍ଣ ପଣ୍ଡା, ଡା. ବିଭୁ ପ୍ରସାଦ ସାହୁ, ଡା. ଶାସ୍ୱତୀ ଦାଶ, ଡା. କୃଷ୍ଣାସୁନ୍ଦରୀ ରାଉଳ, ଡା. ରାଜଶ୍ରୀ ବେହେରା, ଡା. ହିମାଦ୍ରୀ ଭଞ୍ଜ ପ୍ରମୁଖ ରୋଗୀଙ୍କୁ ପରୀକ୍ଷା କରି ଔଷଧ ବଣ୍ଟନ କରିଥିଲେ । ଏହି ଶିବିରରେ ନାମୀଦୀମୀ କମ୍ପାନୀର ଔଷଧ ବିତରଣ କରାଯାଇଥିଲା । ପ୍ରାୟ ୩୦୦ ରୋଗୀଙ୍କୁ ପରୀକ୍ଷା କରି ଔଷଧ ବଣ୍ଟନ କରାଯାଇଥିଲା । ଏହି ଚିକିତ୍ସା ଶିବିରଟି ସେରଗଡସ୍ଥିତ ବୃଦ୍ଧାଶ୍ରମ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହାକୁ ‘ନେସନ୍ ପ୍ରାଇଡ୍’ ଅନୁଷ୍ଠାନର ସହାୟତାରେ ଜନ୍ମେଞ୍ଜୟ ଶତପଥୀ, ସନ୍ତୋଷ ନାୟକ ତଥା ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ