ବୈପାରୀଗୁଡା ପୋଲିସ ଦ୍ୱାରା ଗଞ୍ଜେଇ ଜବତ , ୩ ଗିରଫ

ବୈପାରୀଗୁଡା , (ଯୁଗାବ୍ଦ ନ୍ୟୁଜ) କୋରାପୁଟ ଜିଲ୍ଲା ବୈପାରୀଗୁଡା ପୋଲିସକୁ ବଡ଼ ସଫଳତା ମିଳିଥିବା ଜଣାପଡିଛି । ବୈପାରୀଗୁଡା ଥାନା ଅନ୍ତର୍ଗତ ଦଶମନ୍ତପୁର ଛକରେ ଏକ ଗଞେଇ ବଝଇ ଟ୍ରାକ୍ଟର ଜବତ କରିଥିବା ବେଳେ ତିନି ଜଣ ଗଞ୍ଜେଇ ଚୋରା ଚାଲାଣକାରିଙ୍କୁ ବୈପାରୀଗୁଡା ପୋଲିସ ପକ୍ଷରୁ ଗିରଫ କରିଥିବା ଜଣାପଡିଛି । ଅଭିନବ ଉପାୟରେ ଟ୍ରାକ୍ଟରରେ ୬୦୬ କେଜି ଗଞ୍ଜେଇ ଚୋରିଚାଲାଣ ବେଳେ ଚୋରି ଚାଳନକାରି ତିନି ଯୁବକ ମଧ୍ୟରୁ କଦମଗୁଡାର ରାଜେନ୍ଦ୍ର ଖରା ଓ ଦେବେନ୍ଦ୍ର ଖରା ଏବଂ ଜୟନ୍ତଗିରିର ସଦା ଖରା ବୋଲି ଜଣାପଡିଛି । ଏହି ତିନି ଜଣଙ୍କୁ ବୈପାରୀଗୁଡା ଥାନା କେସ ନମ୍ବର ୧୭୦/୨୦୧୯ ଅନୁଯାୟୀ କୋର୍ଟ ଚାଲାଣ କାରି ଜୟପୁରକୁ ପଠାଇଥିବା ବୈପାରୀଗୁଡା ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ