ବୋରୀରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍ଘାଟିତ ; ପ୍ରଥମ ମ୍ୟାଚ୍ ଜିତିଲା ପାଲକଷଣ୍ଢା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ବୋରୀ ଗ୍ରାମରେ ୟଙ୍ଗ୍ ଜେନେରେସନ୍ କ୍ରିକେଟ୍ କ୍ଳବ୍ ଆନୁକୂଲ୍ୟରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍ଘାଟିତ ହୋଇଯାଇଛି I ପୂର୍ବତନ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ନୀଳମଣି ବିଷୋୟୀ ଉଦ୍ଘାଟକ ରୂପେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ୍ କୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ୪୮ ନମ୍ଵର୍ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା ଏବଂ ମୁଖ୍ୟ ବକ୍ତା ଭାବେ ପାଇଲିପଡ଼ା ସମିତିସଭ୍ୟ କେ ରବୀନ୍ଦ୍ର କୁମାର ପାତ୍ର ଯୋଗଦେଇଥିଲେ I ସେହିପରି ଗାଙ୍ଗପୁର ସରପଞ୍ଚ ବାସନ୍ତୀ ଡାକୁଆ, ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ,କ୍ଷତ୍ରିୟବରପୁର ସରପଞ୍ଚ କମଳ କୁମାରୀ ପ୍ରଧାନ,ପୂର୍ବତନ ସରପଞ୍ଚ ମହନ୍ତ ରାମକୃଷ୍ଣ ଦାସ, ସଞ୍ଜୟ ପ୍ରଧାନ,ପୂର୍ବତନ ସମିତିସଭ୍ୟ ଶିବରାମ ପାଢୀ,ବୋରୀ ସେବା ସମବାୟ ସମିତି ସଭାପତି ପ୍ରଫୁଲ୍ଲ ସ୍ଵାଇଁ,ସମାଜସେବୀ ପିତାମ୍ବର ବିଷୋୟୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ I ଆଜିର ଉଦ୍ଘାଟନୀ ମ୍ୟାଚ୍ ପାଲକଷଣ୍ଢା ଏବଂ ବାରଟା ମଧ୍ୟରେ ଖେଳାଯାଇଥିବା ବେଳେ ଏଥିରେ ପାଲକଷଣ୍ଢା ବିଜୟ ହାସଲ କରିଥିଲା I ପାଲକଷଣ୍ଢା ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ୨୦ ଓଭର୍ ରେ ୧୩୬ ରନ୍ ସଂଗ୍ରହ କରିଥିବା ବେଳେ ବାରଟା ଟିମ୍ ମାତ୍ର ୭୬ ରନ୍ କରିବାକୁ ସକ୍ଷମ ହୋଇଥିଲା I ସେହିପରି ଦ୍ୱିତୀୟ ମ୍ୟାଚ୍ ଭଞ୍ଜନଗର ଏ ଏବଂ କାଳିଆଗୁଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଭଞ୍ଜନଗର ଏ ଟିମ୍ ବିଜୟ ହାସଲ କରିଥିଲା I ଲୁଚିତ୍ କୁମାର ବିଷୋୟୀ ଏବଂ ପୂର୍ଣ୍ଣ ଚନ୍ଦ୍ର ବିଷୋୟୀ ଟୁର୍ଣ୍ଣାମେଣ୍ଟ୍ କୁ ପରିଚାଳନା କରିଥିବାବେଳେ ୟଙ୍ଗ୍ ଜେନେରେସନ୍ କ୍ରିକେଟ୍ କ୍ଳବ୍ ର ସଦସ୍ୟ ମାନେ ଏଥିରେ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ