ବୋଲେରୋ ଧକ୍କାରେ ଯୁବକ ଗୁରୁତର,
ଛତ୍ରପୁର ,( ଦେବଦତ୍ତ ମହାରଣା): ଛତ୍ରପୁର ଥାନା ଅନର୍ଗତ ଡିଆରଡିଏ ଛକ ନିକଟରେ ବୋଲେରୋ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ଗୁରୁତର ଜଣକ ହେଲେ ସ୍ଥାନୀୟ ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁର ଅଜୟ କୁମାର ବିଶ୍ବାଳ (୨୨ ବର୍ଷ ) ବୋଲି ସୂଚନା ମିଳିଛି l ସେ ଟେଲିକମ୍ କମ୍ପାନୀରେ କାଯ୍ୟ କରନ୍ତି l ଏଚଏଫ-ଡିଲକ୍ସ ( ଓଡ଼ି୦୭ଏ.ଏଚ୯୨୦୮ ) ବାଇକ ଯୋଗେ ନିଜ କାଯ୍ୟ ସାରି ବ୍ରହ୍ମପୁରରୁ ନିଜ ଗ୍ରାମ ଅଗସ୍ତିନୂଆଗାଁ ଫେରୁଥିଲା ବେଳେ ଛତ୍ରପୁର ନିକଟ ଡିଆରଡିଏ ଛକ ନିକଟରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ବୋଲେରୋ ପଛପଟୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିଲା l କିନ୍ତୁ ସ୍ଥାନୀୟ ଯୁବକ ସେହି ବୋଲେରୋ ର ଫୋଟୋକୁ ଉତ୍ତୋଳନ କରିଦେଇଥିଲେ l ଅଜୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଯୁବକମାନେ ପ୍ରଥମେ ଛତ୍ରପୁର ହସ୍ପିଟାଲ ନେଇଥିଲେ କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର, ଅମ୍ବୁଲାନ୍ସ-୧୦୮ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରିଥିଲେ l