ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କୁ ଟି.ଏଲ୍‌.ଏମ୍‌.କିଟ୍‌ ବଣ୍ଟନ 

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟରେ ଟି.ଏଲ୍‌.ଏମ୍‌. କିଟ୍‌ ବଣ୍ଟନ କରାଯାଇଛି । ଜିଲାର ମୋଟ ୨୧୨ ଜଣ ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଏହି କିଟ୍‌ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି 9ଭାବେ କନ୍ଧମାଳ ଜିଲ୍ଲାପାଳ  ଆଶିଷ ଇଶ୍ୱର ପାଟିଲ୍‌ ଯୋଗଦେଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କର ବୌଦ୍ଧିକ ବିକାଶ ପାଇଁ ସିକନ୍ଦରାବାଦ ସ୍ଥିତ ବୌଦ୍ଧିକ ଅକ୍ଷମତା ଥିବା ବ୍ୟକ୍ତିଙ୍କ ସଶକ୍ତିକରଣ ପାଇଁ ଜାତୀୟ ପ୍ରତିଷ୍ଠାନ ତରଫରୁ ମାଗଣାରେଏହି କିଟ୍‌ ପ୍ରଦାନ କରାଯାଉଛି ।ଫିଜିଓଥେରାପି ଅଧ୍ୟାପକ ଡଃ ଆଶିଷ ପରାଶର ଓ ବୃତ୍ତିଗତ ଥେରାପି ଅଧ୍ୟାପକ ଡଃ.ଦେବାଶିଷ ରାଉତ ଏହି କିଟ୍‌ରେ ଥିବା ଉପକରଣ ଗୁଡ଼ିକର ବ୍ୟବହାର ଉପରେ ସମ୍ୟକ ଧାରଣା ଦେଇଥିଲେ । ଏହି ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ଫୁଲବାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କହଁର, ଖଜୁରୀପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ଦିଗାଲ, ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦିଲୀପ କୁମାର ପ୍ରଧାନ , ଶମର ବେହେରା , ପୋଗ୍ରାମର ଶେଖର ବେହେରା ଓ ବିଦ୍ୟାଳୟର ଅନ୍ୟାନ୍ୟ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଏବାଂ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ