ବ୍ରଜ ବିନୋଦ ରାଇ ପୀଠରେ ଗୀତ ପଞ୍ଚ ମହାଯଜ୍ଞ ଉଦଯାପିତ
ବାଲେଶ୍ୱର, (ସରୋଜ ପଣ୍ଡା):ସହର ଉପକଣ୍ଠ ବାଲିଆ ସ୍ଥିତ ବ୍ରଜ ବିନୋଦ ରାଇ ପୀଠରେ ଚାଲିଥିବା ତିନି ଦିନିଆ ଗୀତ ପଞ୍ଚ ମହାଯଜ୍ଞ ରବିବାର ଉଦଯାପିତ ହୋଇଯାଇଛି । ଗୁରୁବାର ଅଧିବାସ ସମ୍ପନ୍ନ ହୋଇଥିବା ଶୁକ୍ରବାର ଘଟ ଉତ୍ତୋଳନ, ଗୋପୂଜା ସହ ଯଜ୍ଞ କର୍ମକାଣ୍ଡ ଶୁଭାରମ୍ଭ ହୋଇଥିଲା । ଶନିବାର ଯଜ୍ଞ ଓ ସୂର୍ଯ୍ୟପୂଜା ଆଦି ଅନୁଷ୍ଠିତ ହୋଇଥିବା ବେଳେ ରବିବାର ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା । ଭଜନ କୀର୍ତ୍ତନ ଓ ବେଦମନ୍ତ୍ରରେ ସମଗ୍ର ପୀଠରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ଆୟୋଜକ କମିଟିର ସଭାପତି ଅନୀଲ କୁମାର ଜେନା, ସମ୍ପାଦକ ସୁକୁମାର ଦାସ, କୋଷାଧ୍ୟକ୍ଷ ଗୌରାଙ୍ଗ ବେହେରାଙ୍କ ସମେତ ମନ୍ମଥ କୁମାର ଘଡ଼େଇ, ଉଦୟ କୁମାର ପ୍ରଧାନ, ପ୍ରାଣବନ୍ଧୁ ବିଶ୍ୱାଳ, ବାଲିଆ ସରପଞ୍ଚନିତ୍ୟାନନ୍ଦ ନାୟକ, ରଜନୀରାଣୀ ବ୍ରହ୍ମ, ଦିଲୀପ କୁମାର ନାୟକ, ଊକ୍ଷ୍ମୀନାରାୟଣ ମହାନ୍ତି, ପ୍ରାର୍ଥସାରଥୀ ଦତ୍ତ, ଚିତ୍ତରଂଜନ ମଣ୍ଡଳ, ସର୍ବେଶ୍ୱ ଦାସ ପ୍ରମୁଖଏହି ଗୀତାଯଜ୍ଞ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ । ୨୦୦୬ ମସିହାରୁ ପ୍ରତିବର୍ଷ ଏହି ଭଳି ଗୀତାଯଜ୍ଞ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଏହି ପୀଠରେ ବିବାହ ବ୍ରତଘର ପ୍ରଭୃତି ଅନୁଷ୍ଠିତ ହୋଇଥାଏ ବୋଲି ଛି ବୋଲି ଆୟୋଜକ କମିଟି କର୍ମକର୍ତ୍ତା ସୂଚନା ଦେଇଛନ୍ତି ।