ବ୍ରହ୍ମକମଳ ଫୁଲ ଜଗନ୍ନାଥ ମନ୍ଦିରରେ ଅର୍ପଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସି ଅନ୍ତର୍ଗତ ପାତ୍ରସାହି ବାସିନ୍ଦା ବୈରାଗୀ ଜେନା ଙ୍କ ବଗିଚାରେ ବିରଳ ବ୍ରହ୍ମକମଳ ଫୁଲ ଫୁଟିଥିବା ପରିଲକ୍ଷିତ ହୋଇଛି। ଏହାକୁ ଦେଖିବା ନିମନ୍ତେ ସକାଳୁ ସକାଳୁ ବହୁ ଭିଡ ପରିଲକ୍ଷିତ ହୋଇଥିଲା। ସାମାଜିକ ଦୂରତ୍ବ ରକ୍ଷା କରିବା ସହିତ ଲୋକ ମାନଙ୍କ ଭିତରେ ଏକ କୌତୁହଳ ପରିପ୍ରକାଶ ହୋଇଥିଲା। ପୌରାଣିକ ମତ ଅନୁସାରେ ଏହି ଫୁଲ ବ୍ରହ୍ମାଙ୍କ ବରଦାନ ସଦୃଶ। ଶ୍ରୀ ଜେନା ଏହି ଫୁଲକୁ ତୋଳି ନିକଟସ୍ଥ ଜଗନ୍ନାଥଙ୍କ ନିକଟରେ ଅର୍ପଣ କରିଛନ୍ତି ।ଫଳରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ବ୍ରହ୍ମକମଳ ଫୁଲକୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍କଣ୍ଠା ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ