ବ୍ରହ୍ମପୁରରୁ ଫେରିବା ପରେ ମୃତ୍ୟୁ କରୋନା ଭୟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ ବ୍ଲକ ଡମ୍ବାଳ ପଞ୍ଚାୟତର ମୁନିସିଂ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରଶାସନର ନିର୍ଦ୍ଦେଶ ବିନା କରୋନା ଭୟକୁ ନେଇ ଗ୍ରାମର ୨୧ଜଣଙ୍କୁ ଗ୍ରାମବାସୀମାନେ ସ୍ଥାନୀୟ ବିଦ୍ୟାଳୟରେ ସଙ୍ଗରୋଧରେ ରଖିଛନ୍ତି । ଏଠାରେ ସୂଚନା ଯୋଗ୍ୟ ରାୟଗଡ ବ୍ଲକ ଡମ୍ବାଳ ପଞ୍ଚାୟତ ମୁନିସିଂ ଗ୍ରାମର ବାସିନ୍ଦା ସାବିତ୍ରୀ ରଇତ ପକ୍ଷାଘାତରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ଏମ୍‌.କେ.ସି.ଜି.ରେ ଚିକିତ୍ସିତ ହେଉଥିଲେ । ତାଙ୍କ ସାଥିରେ ତାଙ୍କ ଭାଇ ନିତ୍ୟା ରଇତଥିଲେ । ଚିକିତ୍ସିତ ଅବସ୍ଥାରେ ସାବିତ୍ରୀଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ଶବକୁ ନିଜ ଗ୍ରାମକୁ ଅଣାଯାଇ ସତ୍କାର କରାଯାଇଥିଲା । ନିତ୍ୟା ନିଜ ଗ୍ରାମକୁ ଆସିବା ଦିନ ଠାରୁ ଅସୁସ୍ଥା ଅନୁଭବ କରିବା ସହ ଗୁରୁବାର ଦିନ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା । ନିତ୍ୟାଙ୍କ ଶବ ସତ୍କାର ପାଇଁ କୌଣସି ଗ୍ରାମବାସୀ ଯାଇନଥିଲେ । ଏହି ଘଟଣାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇ ଏବଂ କରୋନାକୁ ଦୃଷ୍ଟିରେ ରଖି ସନ୍ଦେହରେ ନିତ୍ୟାଙ୍କ ପରିବାରର ୧୪ଜଣ ସଦସ୍ୟଙ୍କୁ ଗ୍ରାମବାସୀ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ଠାରେଥିବା ସଙ୍ଗରୋଧ କେନ୍ଦ୍ରରେ ରଖିଥିଲେ । ଏହି ୧୪ଜଣଙ୍କୁ ଗ୍ରାମରେ ଚାନ୍ଦା ଆଦାୟକରି ରୋଷେଇ କରି ଖାଦ୍ୟ ପାନୀୟ ବ୍ୟବସ୍ଥା ମଧ୍ୟ ଗ୍ରାମବାସୀମାନେ କରିଛନ୍ତି । ତାଙ୍କର ପରିବାରର ସଂସ୍ପର୍ଶରେ ଆସିଥିବା ଜାମୁ ସାହିର ୭ଜଣଙ୍କୁ ମଧ୍ୟ ସେହି ବିଦ୍ୟାଳୟରେ ସଙ୍ଗରୋଧରେ ଗ୍ରାମବାସୀମାନେ ରଖିଛନ୍ତି । ଆଜିକୁ ୩ଦିନ ହେବ ଗ୍ରାମବାସୀମାନେ ସେମାନଙ୍କୁ ବିଦ୍ୟାଳୟରେ ରଖିଛନ୍ତି । ସେମାନଙ୍କୁ ସରକାରୀ ସଙ୍ଗରୋଧରେ ରଖି ଚିକିତ୍ସା କରିବାପାଇଁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମୋହନ ଭୂୟାଁ, ସମିତି ସଭ୍ୟ ଫୁଲମତୀ ଗମାଙ୍ଗ, ଗାଚୁରାମ ରଇତ ପ୍ରମୁଖ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ