ମୂଲ୍ୟବାନ ଶାଗୁଆନ୍ କାଠ ଜବତ ଜଣେ ଅଟକ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ଝାମୀଗାଁ ନିକଟରେ ପାରଳାଖେମୁଣ୍ଡି ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୭ଟି ମୂଲ୍ୟବାନ ଶାଗୁଆନ୍ କାଠଗଣ୍ଡି ଜବତ କରାଯାଇ ଜଣକୁ ଅଟକ ରଖିଥିବାର ସୂଚନା ମିଳିଛି । ଏହି ଶାଗୁଆନ୍ କାଠ ଗଣ୍ଡି ଗୁଡିକୁ ପାରଳାଖେମୁଣ୍ଡି ସ୍ଥିତ ପାରଳା ଜାଗିଲି ସାହିର ପି.ମନ୍ମଥ ନାମକ ଜଣେ ବ୍ୟକ୍ତି ତାଙ୍କ ଲୁନା ଏକ୍ସେଲ ଏପି୩୧ବିଆର ୨୩୭୬ ଯୋଗେ ଚୋରା ଚାଲାଣ କରୁଥିବା ବେଳେ ଦେବଗିରି ବନ ଉପଖଣ୍ଡର ପେଟ୍ରୋଲିଂ ଗାଡି ତାଙ୍କୁ ଅଟକାଇ ଖୋଳତାଡ କରିଥିଲେ । ଉକ୍ତ କାଠର କୌଣସି ନିଦ୍ଧିଷ୍ଟ ନଥିପତ୍ର ନଥିବାରୁ ଗାଡି ସହ ଉକ୍ତ କାଠ ଗୁଡିକୁ ଜବତ କରାଯାଇ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକା ତଦନ୍ତ ଚାଲିଥିବାର ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା ସୂଚନାଦେଇଛନ୍ତି । ଏହି ଚଢାଉ ବେଳେ ବନଖଣ୍ଡର ବନରକ୍ଷୀ ଶିବରାମ ସାବତ, ନିତିନ ପଣ୍ଡା ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ