ବ୍ରହ୍ମପୁର ପୋଲିସକୁ ସଫଳତା;ଏଟିଏମ ଲୁଟେରା ଗିରଫ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ବ୍ରହ୍ମପୁର ପୋଲିସ କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଛି । ଆଜି ପୁଣି ଏକ ବଡ଼ ସଫଳତା ମିଳିଛି ବ୍ରହ୍ମପୁର ପୋଲିସ କୁ । ଜଣେ ଏପରି ଏଟିଏମ ଲୁଟେରାଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି ଯିଏକି ୨୦୧୧ ରୁ ଏହି କାଣ୍ଡ କରିଆସୁଛି । କେବଳ ଗୋଟିଏ ଜାଗାରେ ନୁହେଁ ବିଭିନ୍ନ ସ୍ଥାନରେ ଏହିପରି ଏଟିଏମ ଲୁଟ କରି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରି ଅୟସ କରିବା ସହ ଦାମୀ ମଦ, ଦାମୀ କାର ଏବଂ ବିଦେଶୀ ମେଗଜିନ କିଣି ନିଜର କାୟା ବିସ୍ତାର କରି ଚାଲିଥିଲା । ଆଜି ପୋଲିସ ବନ୍ଧୁକ, ଗୁଳି, ୭୦ ହଜାର ଟଙ୍କା ର ଦାମୀ ମଦ ଓ ଦାମୀ କାର ଜବତ କରିଛନ୍ତି । ଯୁବକ ଜଣକ ପୋଲସରା ବ୍ଲକ ଖୁଣ୍ଡୁର ଗ୍ରାମର ହୋଇଥିବା ବେଳେ ଶଶୁର ଘର ଵ୍ରହ୍ମପୁର କମାପଲ୍ଲୀ । ହେଲେ ଵ୍ରହ୍ମପୁର ସହରରେ ଗତ କିଛିଦିନ ହେଲା ବିଭିନ୍ନ ଥାନାରେ ବୃଦ୍ଧ ଏବଂ ଏଟିଏମ ରୁ ଟଙ୍କା କାଢି ଜାଣି ନଥିବା ଲୋକ ମାନେ ଥାନାରେ ଲକ୍ଷ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ କରିଥିଲେ । ପୋଲିସ ଏହି ଗ୍ୟାଙ୍ଗର ପ୍ରଭାକର ପ୍ରଧାନଙ୍କୁ ପ୍ରଥମେ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଆଜି ମନୋଜ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏଟିଏମ କୁ ଵୃଦ୍ଧ ଲୋକ ମାନେ ଗଲାବେଳେ ସେମାନଙ୍କୁ ଟାର୍ଗେଟ କରି ଟଙ୍କା ବାହାର କରିଦେବି କହି ଏଟିଏମ ପିନ ଚୋରି କରିବା ସହ ଉକ୍ତ ଵୃଦ୍ଧଙ୍କୁ ଅବିକଳ ନକଲି ଏଟିଏମ ଫେରସ୍ତ କରୁଥିଲେ । ପରେ ସେହି ଅସଲି ଏଟିଏମ କୁ ଅତି ଆରାମରେ ଚଳାଉଥିଲେ । ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ସଙ୍କର ସାହୁ ଫେରାର ଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ