ବ୍ରହ୍ମପୁର ବଡମେଡିକାଲ ପାଲଟିଛି ଅମାନସିକତା
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଚିକିଟି ବ୍ଲକ ଗୋବିନ୍ଦନଗର ର ଏକ ନବଜାତ ଶିଶୁକୁ ଚିକିତ୍ସାରେ ଅବହେଳା କରିଥିବା ଯୋଗୁଁ ଜୀବନ ଚାଲିଯାଇଛି । ମିଳିଥିବା ସୂଚନା ମୁତାବକ ଗତ ୧୨-୦୭-୨୦୨୦ ରେ ବ୍ରହ୍ମପୁର ବଡମେଡିକାଲ ରେ ଚିକିଟି ବ୍ଲକ ଗୋବିନ୍ଦନଗର ପଞ୍ଚୟତ ର ଗୋବିନ୍ଦନଗର ଗ୍ରାମର ଗୀତାଞ୍ଜଳି ଶୁକ୍ଲ ଙ୍କ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା ଜନ୍ମ ରୁ ଗତକାଲି ଯାଏଁ ସବୁ ଠିକ ଠାକ ଥିଲା ଗତକାଲି ଶିଶୁଟିର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥିଲା ପରେ ପରେ ୧୦୨ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ଶିଶୁ ବିଭାଗ କୁ ନେଇଥିଲେ ସେଠାରେ ଡାକ୍ତର ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା କରିବା ସହ ରକ୍ତ ଚଢାଇବା ପାଇଁ କହିଥିଲେ ପରିବାର ଲୋକେ ରକ୍ତ ସଂଗ୍ରହ କରି ଆଣିଥିଲେ । ଗତ କାଲି ରାତ୍ର ପ୍ରାୟ ୨ ଘଣ୍ଟା ସମୟରେ କାର୍ଯ୍ୟରତ ନର୍ସ ମୃତ ଶିଶୁ କନ୍ୟା ଟିକୁ ଆଣି ପରିବାର ଲୋକଙ୍କୁ ବଢ଼ାଇ ଦେଇଥିଲେ । ଦୀର୍ଘ ଦିନ ହେଲା ବ୍ରହ୍ମପୁର ବଡମେଡିକାଲ ରେ ଡାକ୍ତରୀ ଛାତ୍ର ଛାତ୍ରୀ ଙ୍କୁ ରାତ୍ର ସମୟ କାର୍ଯ୍ୟ ରେ ନିୟୋଜିତ କରି ବିଭାଗୀୟ ଅଧିକାରୀ ମାନେ ନିଜ ଘରେ ଏ ସି ଲଗାଇ ଶୋଇବା ଯୋଗୁଁ ଏଭଳି ଘଟଣା ଘଟୁଛି। ନିୟମ ଅନୁଯାୟୀ ପ୍ରତ୍ୟକ ବିଭାଗ ରେ ଗୋଟିଏ ଲେଖାଏଁ ପ୍ରଫେସର ସହ ସହାୟକ ଡାକ୍ତର ରହିବା କଥା। ମାତ୍ର ଶିକ୍ଷାରତ ନବାଗତ ପିଜି ଛାତ୍ର ଙ୍କୁ କାର୍ଯ୍ୟରେ ରଖି ବିଳାସ ବ୍ୟସନ ରେ ନିଜ ପରିବାର ସହ ରାତ୍ରି ଯାପନ କରୁଛନ୍ତି । ଏହି ପରି ବ୍ରହ୍ମପୁର ବଡ ମେଡିକାଲ ର ଅମାନସିକତା ପ୍ରଥା ପାଲଟିଛି। ମୋ ଗେଲ୍ହା ଝିଅ ଯୋଜନା ରେ ରାଜ୍ୟ ସରକାର ଶିଶୁ କନ୍ୟା ଜନ୍ମ ହେଲେ ତାର ଜନ୍ମ ଦିନ ପାଳନ କରିବା ପାଇଁ ଅନୁଦାନ ଦେଉଛନ୍ତି । ମାତ୍ର ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରୀବା ପାଇଁ ହସ୍ପିଟାଲ ରେ ଡାକ୍ତରମାନଙ୍କୁ ସଜାଡି ପାରୁ ନାହାନ୍ତି ଗତ କାଲି ଗୀତାଞ୍ଜଳି ଙ୍କ ଘଟଣା ଅତ୍ୟନ୍ତ ସମ୍ବେଦନସିଳ ଅଟେ ଡାକ୍ତର ମନେ ଜାଣିଶୁଣି ଅବହେଳା କରି ଠିକ ସମୟ ରେ ଉପଯୁକ୍ତ ଚିକିତ୍ସା ନକରି ପିଜି ଛାତ୍ର ମାନଙ୍କ ଦ୍ୱାରା ଚିକିତ୍ସା କରାଇ ଥିବା ଯୋଗୁଁ ତାଙ୍କ ଝିଅ ଜୀବନ ଚାଲି ଯାଇ ଥିବା ମୃତ ଶିଶୁ କନ୍ୟାଙ୍କ ପିତା ସାରଥୀ ଚରଣ ଶୁକ୍ଲ ଅଭିଯୋଗ କରିଛନ୍ତି । ଗତ କିଛି ମାସ ହେଲା ବ୍ରହ୍ମପୁର ବଡମେଡିକାଲ ର ଡାକ୍ତର ଜିଲ୍ଲା ବାହାର ଘରୋଇ ହସ୍ପିଟାଲ ରେ ନିଜ କମିଶନ ରଖି ରୋଗୀଙ୍କୁ ରେଫେର କରି ବେଶ କିଛି ପଇସା କମାଇବାରେ ବ୍ୟସ୍ତ ରହୁଛନ୍ତି ।କାର୍ଯ୍ୟରତ ଡାକ୍ତର ମେଡିକାଲ କୁ ନିଜ ଇଚ୍ଛା ରେ ଆସି ଚାଲି ଯାଉଥିବା ଯୋଗୁଁ ଏଭଳି ଘଟଣା ଘଟୁଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ଗତ କାଲିର ଘଟଣା ଅତ୍ୟନ୍ତ ହୃଦୟ ବିଦରକ ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟରତ ଡାକ୍ତର ଙ୍କ ବିରୋଧରେ ରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରିବାର ଲୋକେ ଦାବି କରିଛନ୍ତି ।