ବ୍ରହ୍ମପୁର ବିଜେଡ଼ି ନେତ୍ରୀଙ୍କ ପୁଅକୁ ଆକ୍ରମଣ

ବ୍ରହ୍ମପୁର, (ଓ୍ୱାଇଏନ୍‌ଏସ୍‌): ବ୍ରହ୍ମପୁର ମହାନଗରରେ ପୁଣି ଜଣେ ବିଜେଡ଼ି ନେତ୍ରୀଙ୍କ ପୁଅକୁ ଆକ୍ରମଣ କରାଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ବ୍ରହ୍ମପୁରର ବରିଷ୍ଠ ବିଜେଡ଼ି ନେତ୍ରୀ ଜ୍ୟୋସ୍ନା ପାଢ଼ୀଙ୍କ ପୁଅ ଆଲୋକ ପାଢ଼ୀ ଆଜି ସକାଳେ ସ୍ଥାନୀୟ ବିଦ୍ୟୁତପୁରୀ କଲୋନୀ ନିକଟ ରାସ୍ତାରେ ବାଇକ୍‌ ଧରି ଯାଉଥିବା ବେଳେ ସେଠାରେ ଦୁଇ ଯୁବକ ଦୁଇଟି ସାଇକେଲ୍‌କୁ ରାସ୍ତା ଉପରେ ରଖି କଥାବର୍ତ୍ତା ହେଉଥିବା ଏବଂ ଏଥିରେ ଆଲୋକ ରାସ୍ତାରେ ସାଇକେଲ୍‌ କାହିଁକି ରଖିଛ ବୋଲି ପଚାରିବାରୁ ଉକ୍ତ ଦୁଇ ଯୁବକ ତାଙ୍କୁ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏଥିରେ ଆଲୋକ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । କିଛିଦିନ ତଳେ ବିଜେଡ଼ି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ପୁଅକୁ ଆକ୍ରମଣ କରାଯାଇଥିବା ଘଟଣାନେଇ ପୋଲିସ ପାଇଁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ପୋଲିସ ଉକ୍ତ ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଜି ପୁଣି ବିଜେଡ଼ିର ବରିଷ୍ଠ ନେତ୍ରୀଙ୍କ ପୁଅକୁ ଆକ୍ରମଣ ସହରରେ ବିଷୟ ପାଲଟିଛି । ଏନେଇ ବ୍ରହ୍‌ହ୍ମପୁର ପୋଲିସ କ’ଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ