ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବିଭିନ୍ନ ପ୍ରକଳ୍ପର ଶୁଭଉଦଘାଟନ କଲେ ମହାମହୀମ ରାଜ୍ୟପାଳ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) ଓଡିଶାର ମହାମହିମ ରାଜ୍ୟପାଳ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୂଳାଧିପତି ପ୍ରଫେସର ଗଣେଶୀ ଲାଲ ଗୁରୁବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସିି ପ୍ରଥମେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ କୋଠାର ଶୁଭ ଉଦଘାଟନ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକର ଉଦଘାଟନ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସ , କୂଳସଚିବ ରଞ୍ଜନ କୁମାର ବିଶ୍ୱାଳ ଯୋଗଦେଇ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇଥିଲେ । ଏହାପରେ ରାଜ୍ୟପାଳ ଛତ୍ରପୁର ବ୍ଲକର ଅଗସ୍ତିନୂଆଁଗାଁଠାରେ ଚିଦାନନ୍ଦ ଦିବ୍ୟ ଧାମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଡିଭାଇନ ହୋମ ଓ ଚିଦାନନ୍ଦ ହୋମର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ସ୍ଥାନୀୟ ବିଧାୟକ ସୁବାସ ବେହେରା ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସମେତ ଆଶ୍ରମର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ