ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆନ୍ତ ମହାବିଦ୍ୟାଳୟ କବାଡ଼ି (ପୁରୁଷ ଓ ମହିଳା) ଟୁର୍ଣ୍ଣାମେଣ୍ଟ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜରେ ନଭେମ୍ବର ୩ ତାରିଖ ଦିନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରାୟୋଜିତ ଆନ୍ତ ମହାବିଦ୍ୟାଳୟ ୫୨ ତମ ପୁରୁଷ କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟକୁ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ କ୍ରୀଡା ପତାକା ଉତ୍ତୋଳନ କରି ଉଦଘାଟନ କରିଥିଲେ। ଏହି ଆନ୍ତ ମହାବିଦ୍ୟାଳୟ କବାଡ଼ି ଟୁର୍ଣ୍ଣାମେଣ୍ଟ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜିର ପୁରୁଷ ବିଭାଗରେ ୨୩ ଗୋଟି ଟିମ ରେ ୨୦୦ ରୁ ଅଧିକ ଖେଳାଳି ଓ ୫୦ ରୁ ଉର୍ଦ୍ଧ୍ବ କ୍ରୀଡା ଅଧିକାରୀ ଅଂଶ ଗ୍ରହଣ କରିଛନ୍ତି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପର୍ଯ୍ୟବେକ୍ଷକ ରାଜେଶ କୁମାର ମହାନ୍ତି, କ୍ରୀଡା ବିଭାଗ ସଂଗଠନ ସମ୍ପାଦକ ଅଧ୍ୟାପକ ସୁଶାନ୍ତ କୁମାର ସାହୁ, କ୍ରୀଡା ଅଧ୍ୟାପକ କ୍ରିଷ୍ଣା ରାଓ ପାତ୍ର ଓ ଏମ.ଏସ.ଦୋରା ଙ୍କ ତତ୍ତ୍ୱାବଧାନରେ ଟୁର୍ଣ୍ଣାମେଣ୍ଟ ପରିଚାଳିତ ହୋଇଥିଲା। ପ୍ରଥମ ଦିବସର ପ୍ରଥମ ମ୍ୟାଚ ବ୍ରହ୍ମପୁର ସିଟି କଲେଜ ଓ ଗଣ୍ଡଳା ବେଲେଶ୍ୱର ମହାବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସିଟି କଲେଜ ବିଜୟୀ ହୋଇଥିଲା। ୨ୟ ମ୍ୟାଚ ସୋରଡା ଋଷିକୂଲ୍ୟା କଲେଜ ଓ ଫିରିଙ୍ଗିଆ କଲେଜ ଅଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସୋରଡା କଲେଜ ବିଜୟୀ ହୋଇଥିଲା। ୩ୟ ମ୍ୟାଚ ଚିକିଟି କଲେଜ ଓ ଖଲ୍ଲିକୋଟ ଆର.ସି.ଏମ. କଲେଜ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଖଲ୍ଲିକୋଟ ଆର.ସି.ଏମ. କଲେଜ ବିଜୟୀ ହୋଇଥିଲା। ୪ର୍ଥ ମ୍ୟାଚ ଜି.ଉଦୟଗିରି ଓ ବାଲିଗୁଡା କଲେଜ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଜି.ଉଦୟଗିରି କଲେଜ ଟିମ ବିଜୟୀ ହୋଇଥିଲେ। ୫ମ ମ୍ୟାଚ ସାରଙ୍ଗଗଡ଼ କଲେଜ ଓ ଚାନ୍ଦିପୁଟ କଲେଜ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସାରଙ୍ଗଗଡ଼ କଲେଜ ଟିମ ବିଜୟୀ ହୋଇଛନ୍ତି। ଆସନ୍ତା କାଲି ମଧ୍ୟ ପୁରୁଷ ବିଭାଗ କବାଡ଼ି ଟୁର୍ଣ୍ଣାମେଣ୍ଟ ଚାଲୁରହିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ