ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆଇନ ବିଭାଗ ପରିସରରେ ବନ ମହୋତ୍ସବ ପାଳିତ

ଦିଗପହଣ୍ଡି, (ସମ୍ଭବ ତ୍ରିପାଠୀ) :-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଏକ ସପ୍ତାହ ବ୍ୟାପି ବନ ମହୋତ୍ସବ ପାଳିତ ହେଉଛି । ଶୁକ୍ରବାର ଦିନ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ବ୍ୟାପି ଚାଲିବାକୁ ଥିବା ବେଳେ ଶନିବାର ଦିନ ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ଲ’ ଡିପାର୍ଟମେଣ୍ଟ୍ ବା, ଆଇନ ବିଭାଗ ପରିସରରେ ସମୁହ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ଭିସିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜାତୀୟ ସେବା ସଂସ୍ଥା (ଏନଏସଏସ) ଆନୁକୂଲ୍ୟ ରେ ଏହି କାର୍ଯ୍ୟକ୍ରମ ଚାଲୁଅଛି । ଶନିବାର ଆଇନ ବିଭାଗ ପରିସରରେ ଏନଏସଏସ ଅଫିସର୍ ଡଃ ଇକବାଲ୍ ଭଟ୍ଟ, ଜୟନ୍ତ ପଣ୍ଡା, ସହକାରୀ ପ୍ରଧ୍ୟାପକ ଚିତ୍ତରଞ୍ଜନ ଗୋଗୀ, ଅତିଥି ଅଧ୍ୟାପକ ଡଃ ଲୁପ୍ତ ପାତ୍ର, ଡଃ ଦିନେଶ୍ ସାବତ, ଆଇନ ବିଭାଗ ଅଫିସ୍ ପରିଚାଳକ ପ୍ରଦୀପ କୁମାର ବେହେରା ଏବଂ ହୋମ ସାଇନ୍ସ ଡିପାର୍ଟମେଣ୍ଟ ଅଧ୍ୟାପକ ଅଧ୍ୟାପିକା ପ୍ରମୁଖ ପହଞ୍ଚି ବୃକ୍ଷ ଚାରା ରୋପଣ କରିବା ସହିତ ସେସୁବର ହେପାଜତ ନେବା ପାଇଁ ପ୍ରତିଜ୍ଞା ବଦ୍ଧତା ହେବା ସହିତ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଆଇନ ବିଭାଗର ଏଲଏଲଏମ ଦ୍ୱିତୀୟ ବର୍ଷ ଛାତ୍ର ସସୀତ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ, ସାନ୍ତୁନୁ ବେହେରା, ପ୍ରଥମ ବର୍ଷର ଜ୍ଞାନ, ପ୍ରଜ୍ଞା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ