ବ୍ରହ୍ମପୁର ଭିଜିଲାନ୍ସ ନୂତନ ଏସ୍ ପି ଭାବେ ଅନିଲ କୁମାର ପାତ୍ର ଯୋଗ ଦେଇଛନ୍ତି

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ବ୍ରହ୍ମପୁର ଭିଜିଲାନ୍ସ ନୂତନ ଏସ୍ ପି ଭାବେ ଅନିଲ କୁମାର ପାତ୍ର ଯୋଗ ଦେଇଛନ୍ତି ।ଏହି ଅବସରରେ କୋର୍ଟପେଟା ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଏସ୍ ପି ଅନିଲ କୁମାର ପାତ୍ରଙ୍କୁ ସ୍ବାଗତ କରିଛନ୍ତି। ପୂର୍ବରୁ ସେ ଭୁବନେଶ୍ୱରରେ ଏ.ଏସ.ପି ପଦବୀରେ କାର୍ଯ୍ୟ ରତ ଥିଲେ।ଗତ ମାସ ଏସ.ପି ପଦବୀକୁ ପଦୋନ୍ନତି ପାଇ ବର୍ତ୍ତମାନ ସେ ବ୍ରହ୍ମପୁର ଭିଜିଲାନ୍ସ ଏସ୍ ପି ଭାବରେ ଯୋଗଦାନ ଦେଇଛନ୍ତି। ପୂର୍ବରୁ ଏଠାରେ କାର୍ଯ୍ୟ ରତ ଏସ୍ ପି ମାୟାଧର ସ୍ବାଇଁ ଗତ ୩୦ତାରିଖରେ ଅବସର ଗ୍ରହଣ କରିଥିଲେ।ଏହା ପରେ ଏ ଏସ୍ ପି ଶାନ୍ତୁନୁ ପାଢ଼ୀ ଏସ ପି ଦାୟିତ୍ୱ ରେ ଥିଲେ।ଏସ୍ ପି ଅନିଲ କୁମାର ପାତ୍ର ଏ.ଏସ.ପି ଶାନ୍ତୁନୁ ପାଢ଼ୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟ ଆରମ୍ଭ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ