ବ୍ରହ୍ମେଶ୍ୱର ଦୋଳ ମେଳଣ ପ୍ରସ୍ତୁତି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବ୍ରହ୍ମେଶ୍ୱର ପାଟଣା ଛକ ନିକଟ ମେଳଣ ପଡ଼ିଆରେ ୯୦ତମ ବ୍ରହ୍ମେଶ୍ୱର ଭାଗବତ ପଂଚୁଦୋଳ ମେଳଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିରେ ବ୍ରହ୍ମେଶ୍ୱର ସମେତ ବଡ଼ଗଡ଼, ଲକ୍ଷ୍ମୀସାଗର, କେଶୁରା, ବାସୁଆଘାଇ ଓ ବାଙ୍କୁଆଳ ଗ୍ରାମର ଦୋଳ ଠାକୁର ସାମିଲ ହେବେ । ଆସନ୍ତା ୧୨ତାରିଖରୁ ତିନି ଦିନ ଧରି ହେବାକୁ ଥିବା ଏହି ମେଳଣରେ ଯାତ୍ରା ମହାରଥି କଳିଙ୍ଗ ଗଣନାଟ୍ୟ ପକ୍ଷରୁ କଳାକାରମାନଙ୍କ ଦ୍ୱାରା ନାଟ୍ୟ ପଦର୍ଶନ କରାଯିବ । ଗ୍ରାମରେ ଠାକୁର ମେଳଣ ହୋଇ ଭୋଗ ଖାଇବା ପରେ ମେଳଣ ପଡ଼ିଆକୁ ଯିବେ । ଏହା ପରେ ଗଣନାଟ୍ୟ କରାଯିବ । ସ୍ଥାନୀୟ ବ୍ରହ୍ମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମେଳଣ କମିଟିର ସଭାପତି ଗୋଳକ ଦାସ ଅଧ୍ୟକ୍ଷତା କରିଥିଲେ । ମେଳଣ ଉଦ୍‌ଯାପନ ଉତ୍ସବରେ ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜଲତା କଅଁର ଯୋଗଦେବେ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ମେଳଣ ଆମ ପୁରାତନ ସଂସ୍କୃତି । ଏହି ପରମ୍ପରା ବଜାୟ ରଖିବାକୁ ଗ୍ରାମର ସଭ୍ୟମାନେ ନିଜର ମତ ରଖିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବ୍ରଜାନନ୍ଦ ମିଶ୍ର, ଶିବକୃଷ୍ଣ ପଟ୍ଟନାୟକ, କାଂଚନ ବାରିକ୍‌, ପ୍ରମୋଦ ସେଠୀ, ବିକ୍ରମ ମହାନ୍ତି, ସୁରେନ୍ଦ୍ର ଭୋଇ, ସନ୍ତୋଷ ସାହୁ, ତପନ ସ୍ୱାଇଁ ଓ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ