ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ପର୍ଶୁରାମ ଜୟନ୍ତୀ ପାଳିତ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସ୍ଥାନୀୟ ବାଲାଜୀ ମନ୍ଦିର ପରିଷରରେ ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମ ଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି। ଏହି ଉପଲକ୍ଷେ ବ୍ରାହ୍ମଣ ସମାଜର ଯୁବ ଶାଖା ପର୍ଶୁରାମ ସେନା ନେତୃତ୍ୱରେ ସକାଳ ୮ ଟାରେ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ବାଲାଜୀ ମନ୍ଦିରରୁ ବାହାରି ଘୋଡାଘାଟ ଛକ, ଦୟାନିଧି ଚକ, ମାଣିକେଶ୍ୱରୀ ହାଇସ୍କୁଲଛକ, ଷ୍ଟେଚୁ ଛକ, ଜଗନ୍ନାଥ ମନ୍ଦିର, ମୁନିସିପାଲ ଛକ, ଜେଲ ଛକ, ତହସିଲ ଅଫିସ ଛକ, ସର୍କିଟ ହାଉସ ଛକ ପରିକ୍ରମା କରି ବାଲାଜୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲା। ମନ୍ଦିରର ଯଜ୍ଞ ମଣ୍ଡପରେ ପର୍ଶୁରାମ ଙ୍କ ପୂଜାର୍ଚ୍ଚନା ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଶରତ କୁମାର ମିଶ୍ର, ଚନ୍ଦ୍ର ଶେଖର ଆଚାର୍ଯ୍ୟ ଓ ଭବାନୀ ଶଙ୍କର ଆଚାର୍ଯ୍ୟ ଯଜ୍ଞର ଆଚାର୍ଯ୍ୟ ହୋଇଥିଲା ବେଳେ କୃଷ୍ଣ ମୋହନ ଯୋଶୀ ସସ୍ତ୍ରୀକ ଯଜ୍ଞର କର୍ତ୍ତା ହୋଇଥିଲେ। ମନ୍ଦିର ପରିସରରେ ଦିନ ୧୦ ଟାରେ ବ୍ରାହ୍ମଣ ସମାଜ ର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ ଙ୍କ ଅଧ୍ୟକ୍ଷତାରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥୀ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ପର୍ଶୁରାମ ଙ୍କ ସମ୍ପର୍କରେ ସାରଗର୍ଭକ ବ୍ୟକ୍ତବ୍ୟ ରଖିଥିଲେ। ଗୁରୁ ସୁରେନ୍ଦ୍ର ପଣ୍ଡା ଙ୍କ ସ୍ୱର ସଂଯୋଜନା ଓ ସଙ୍ଗୀତ ନିର୍ଦେଶନାରେ ମିନା ରଥ, ରୋଜାଲିନ ତ୍ରିପାଠୀ ଓ ସମିତା ମହାପାତ୍ର ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଦୁଇଜଣ ଜ୍ୟୋତିର୍ବିଦ, ୮ ଜଣ କର୍ମକାଣ୍ଡ ପୁରୋହିତ, ୧୨ ଜଣ ବରିଷ୍ଠ ନାଗରିକ, ୮ ଜଣ ବରିଷ୍ଠ ମହିଳା ଓ ଦୁଇଜଣ କୃତି ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ୫ ଜଣ ମହିଳାଙ୍କୁ ସ୍ୱାବଲମ୍ବି କରିବା ପାଇଁ ୫ ଟି ସିଲେଇ ମେସିନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ହୁଳହୁଳି ପ୍ରତିଯୋଗିତାର କୃତି ମହିଳା ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବ୍ରାହ୍ମଣ ସମାଜ ଜିଲ୍ଲା ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନଗର ସଭାପତି ସୁରେନ୍ଦ୍ର ପ୍ରସାଦ ନେଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଉପସଭାପତି ଜନାର୍ଦ୍ଦନ ପଣ୍ଡା, ଗଜେନ୍ଦ୍ର ପାଢ଼ୀ, ବିନୋଦ ଶର୍ମା, ଜିଲ୍ଲା ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା, ପର୍ଶୁରାମ ସେନା ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର, ପ୍ରଜ୍ଞା ବାହିନୀ ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡଙ୍ଗୀ, ନଗର ସାଧାରଣ ସମ୍ପାଦକ ଶେଷଦେଵ ମିଶ୍ର, ବରିଷ୍ଠ ସଦସ୍ୟ ଭାଗବତ ପ୍ରସାଦ ମହାପାତ୍ର, ମଳୟ ମୁଣ୍ଡ, ସନ୍ତୋଷ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଗୁରୁ ପ୍ରଭାସ ଚନ୍ଦ୍ର ମିଶ୍ର ଓ ଶିଳ୍ପୀ ମାନସ ରଙ୍ଗୋଲି ରେ ପର୍ଶୁରାମ ଙ୍କ ମୂର୍ତ୍ତି ଉପସ୍ଥାପନ କରିଥିଲେ।


