ବ୍ରାହ୍ମଣ ସମାଜ ତରଫରୁ ପ୍ରୋତ୍ସାହନ ପୁରସ୍କାର ସମାରୋହ
ଜୟପୁର,(ଓ୍ବାଇଏନ୍ଏସ୍): କୋରାପୁଟ ଜିଲା ବ୍ରହ୍ମଣ ସମାଜ ତରଫରୁ ଶ୍ରୀ ବୈଦ୍ୟନାଥ ମିଶ୍ର ଫାଉଣ୍ଡେସନ ଟ୍ରଷ୍ଟ ଆନୁକୁଲ୍ୟରେ ବ୍ରାହ୍ମଣ ମେଥା ପ୍ରୋତ୍ସାହନ ପୁରସ୍କାର ସମାରୋହ ଅନୁଷ୍ଟିତ ହୋଇଛି । ସ୍ଥାନୀୟ ଗୀତା ଭବନ ପରିସରରେ ଆୟୋଜିତ କାଯ୍ୟକ୍ରମରେ ସଭାପତି ଉପେନ୍ଦ୍ର ନାଥ ମିଶ୍ର ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନରେଶ ନାଥ ନାୟକ, ଶ୍ରୀନାଥ ମିଶ୍ର, ବିଷ୍ଣୁ ପ୍ରସାଦ ପାତ୍ର, ଯୁଗଳ କିଶୋର ମିଶ୍ର, ରମେଶ ଚନ୍ଦ୍ର ତ୍ରିପାଠି, ରାମ କୃଷ୍ଣ ସାବତ, ବିଜୟ କୁମାର ଭଚ୍ଚ ଭବନା ଶଙ୍କର ଆଚାଯ୍ୟ, ଉପସ୍ଥିତ ରହି ମେଧାବୀ ଛାତ୍ର ମାନଙ୍କୁ ମାର୍ଗ ଦର୍ଶନ କରାଇଥିଲେ । କାଯ୍ୟକ୍ରମରେ ପ୍ରରମ୍ଭରେ ସଙ୍ଗଠନିକ ସଂପାଦକ ନରସିଂହ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଦେବେନ୍ଦ୍ର ବାହିନିପତି ଅତିଥି ଆମନ୍ତ୍ରଣ କରିଥିଲେ । ରାଧାନାଥ ଭଟ୍ଟ ଧନ୍ୟବାଦ ଅର୍ପଣ କରିଥିଲେ । ଯଜେ୍ଞଶ୍ୱର ପଣ୍ଡା କାଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ମେଧାବି ଛାତ୍ର ସରସ୍ୱତି ଶିଶୁ ବିଦ୍ୟା ମନ୍ଦିରର ଦେବାଶିଷ ସାହୁ, ଅରବିନ୍ଦ ପୁଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଶ୍ରୀଧର ଶତପଥୀ ଓ ଶିଶୁ ବିଦ୍ୟାମନ୍ଦିରର ଶିବାଶିଷ ମିଶ୍ର ଙ୍କୁ ବ୍ରହ୍ମଣ ମେଧା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଥିଲା । କାଯ୍ୟକ୍ରମରେ ସରସ୍ୱତୀ ବିଦ୍ୟାମନ୍ଦିର ପ୍ରଧାନ ଆଚାଯ୍ୟ ପ୍ରସନ୍ନ କୁମାର ବସ୍ତିଆ, ନଲସିହଂ ଚୌଧୁରୀ ଛାତ୍ର ଅବିଭାବକ ତ୍ରିପତି ସାହୁ, ଚକ୍ରପାଣି ଶତପଥୀ,ସୁଧୀ ରଞ୍ଜନ ମିଶ୍ର, ସୁନିତା ରଥ, ସଂନ୍ଧ୍ୟା ରାଣି ସାହୁ, ଅନୁପମା ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।


