ବ୍ରିଜକୁ ଧକା ଦେଲା ଯାତ୍ରୀବାହୀ ବସ, ହେଲପର ଆହତ, ଅଳ୍ପକେ ବର୍ତିଲେ୫୦ ଯାତ୍ରୀ
ମୋହନା,(ଅଂଶୁମାନ ପଣ୍ଡା): ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ୫୦ଯାତ୍ରୀ,ହେଲପର ଆହତ । ଗଂଜାମ ଜିଲ୍ଲା ପାଟପୁର ଥାନା ଖେମୁଣ୍ଡିଖୋଲ ଗାଁ ନିକଟରେ ଏକ ବ୍ରିଜ ଧକ୍କା ଦେଲା ଯାତ୍ରୀ ବାହି ବସ । ବସରେ ଯାତ୍ରା କରୁଥିବା ସମସ୍ତଯାତ୍ରୀ ମାନେ ସୁରକ୍ଷିତ ଥିବା ବେଳେ ହେଲପର ଆହତ ହୋଇଛି । ବସ ବ୍ରିଜକୁ ଧକ୍କା ଦେଇ ଅଧରେ ଅଟକି ରହିଛି। ବସଟି ମୋହନାରୁ ବ୍ରହ୍ମପୁର ଯାଉଥିବା ବେଳେ ଖେମୁଣ୍ଡିଖୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ପାଟପୁର ପୋଲିସ ପହଂଛି ଘଟଣା ତଦନ୍ତ କରୁଛି।। ବସ ରାସ୍ତା ଉପରେ ଅଟଲି।ରହିଥିବା ମୋହନା ବ୍ରହ୍ମପୁର ରାସ୍ତା ଅବରୋଧ ହୋଇରହିଛି ।