ବୁଢୀ ଠାକୁରାଣୀ ଯାତ୍ରାରେ ବଢୁଛି ଭିଡ
ବ୍ରହ୍ମପୁର ( ଯୁଗାବ୍ଦ ନ୍ୟୁଜ ) : ମାଁ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଇଁ ବ୍ରହ୍ମପୁର ସହର ଚଳଚଞ୍ଚଳ ହୋଇଉଠିଛି । ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମାଁ ଙ୍କ ପୀଠରେ ପୂଜାର୍ଚ୍ଚନା କରିବା ସହ ନିଜର ଦୁଖ ଦୁର୍ଦଶା ଦୂୁର କରିବା ଓ ନିଜର ବ୍ୟବସାୟ ବୃଦ୍ଧି କରିବା ପାଇଁ ମାଁଙ୍କ ନିକଟରେ ମାନସିକ ଧାରୀ ଓ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଜନସମାଗମ ହେଉଛି । ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ ଓ ଶାନ୍ତି ଶୃଙ୍ଖଳା ସହିତ ପାଳନ କରିବା ପାଇଁ ମାଁଙ୍କ ଦର୍ଶନ ନିମନ୍ତେ ପୋଲିସ ମୃତୟନ କରାଯାଇଥିବା ବେଳେ ମନ୍ଦିର ପରିଚାଳନା କମିଟି ତରଫରୁ ମଧ୍ୟ ସୁ ବନ୍ଦୋବସ୍ଥ କରାଯାଇଛି । ମାଁ ଙ୍କ ଏହି ଯାତ୍ରାରେ ବିଭିନ୍ନ ବ୍ୟବସାୟୀ ସଂଗଠନ ଓ ସ୍ୱେଛାସେବୀ ସଂଗଠନ ମାନେ ମଧ୍ୟ ଶ୍ରଦ୍ଧାଳୁଙ୍କ ସେବା କରିବା ପାଇଁ ବିଭିନ୍ନ ସ୍ଥାନରେ ପଣା ,ଥଣ୍ଡା ପାନୀୟ ଜଳ ,ପଲସ ,ଖେଚୁଡି ଭୋଗ ଆଦି ମାଗଣାରେ ବଣ୍ଟନ କରାଯାଉଛି । ଏହା ସହ ମାଁ ଙ୍କ ଯାତ୍ରା ୨ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବାରୁ ଦେଶ ଓ ରାଜ୍ୟ ବାହାରରୁ ମାଁ ଙ୍କ ଦର୍ଶନ ଓ ଆଶ୍ରୀବାଦ ଲାଭ କରିବା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ । ଦିନ ଓ ରାତ୍ରରେ ମଧ୍ୟ ମାନସିକ ଧାରୀ ମାନେ ବିଭିନ୍ନ ବେଶପଡି ପ୍ରତି ସାହି ପରିକ୍ରମା କରୁଛନ୍ତି । ଯାତ୍ରା ଅବସରରେ ମାନସିକ ଧାରୀ ମାନେ ବାଘ ନାଚ ,କୃର୍ଷ୍ଣ ,ରାମ ,ପର୍ଶୁର।।ମ ଆଦି ବେଶ ପଡି ସହର ପରିକ୍ରମା କରିବା ସହ ମାନସୀକ ପୁରଣ କରିଥାନ୍ତି । ଭୋର ସକାଳୁ ମାଜଣା,ଆଳତୀ ଓ ମାଁ ଙ୍କ ରିତିନୀତି ଅନୁଯାୟୀ ପୁଜାର୍ଚ୍ଚନା କରିବା ପରେ ଭକ୍ତ ମାନଙ୍କୁ ମାଁ ଦର୍ଶନ ଦିଅନ୍ତି । ମାଁ ଙ୍କ ନିକଟରେ ଭକ୍ତ ଆକୁଳତାର ସହିତ ନଡିଆ ,କଦଳୀ ,ନାଷ୍ପତି, କୋଳି ,କମଳା ଆଦି ଭୋଗ କରିଥାନ୍ତି । । ସଂନ୍ଧ୍ୟାରେ ମାଁ ଙ୍କ ରିତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଏ । ବ୍ରହ୍ମପୁର ସହରରେ ବ୍ୟବସାୟ ପାଇଁ ସଦାସର୍ବଦା ଚଳଚଞ୍ଚଳ ରହୁଥିବା ବେଳେ ମାଁ ଙ୍କ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ରେଶମୀ ସହର ବ୍ରହ୍ମପୁର ।