ବ୍ଲକସ୍ତରୀୟ ଜନ ଶୁଣାଣୀ ଶିବିର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ ଓସାଟ, ଭୁବନେଶ୍ୱର, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୁଲ୍ୟରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ମଙ୍ଗଳବାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଉପରେ ୨୦୨୩-୨୪ ଆର୍ôଥକ ବର୍ଷ ପାଇଁ ବ୍ଲକସ୍ତରୀୟ ଜନ ଶୁଣାଣୀ କରାଯାଇଥିଲା । ଏହି ଶିବିରରେ ଉପଜିଲ୍ଲାପାଳ ବିବୁଧ ଗଡନାୟକ ଯୋଗ ଦେଇ ଅଭିଯୋଗର ଶୁଣାଣୀ କରିଥିଲେ । ଏଥିରେ ସାଧାରଣତଃ ଏମ୍‌ଜିଏନ୍‌ଆର୍‌ଇଜିଏସ୍ ସଂପର୍କିତ କାର୍ଯ୍ୟ,ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସଂପର୍କିତ ଅଭିଯୋଗର ଶୁଣାଣୀ କରାଯାଇଥିଲା । ଶିବିରରେ ସାମାଜିକ ସମୀକ୍ଷକଙ୍କ ଦ୍ୱାରା ଏମ୍‌ଜିଏନ୍‌ଆର୍‌ଇଜିଏସ୍ ଓ ଖାଦ୍ୟ ସୁରକ୍ଷା ସଂକ୍ରାନ୍ତରେ ୨୪ଟି ଅଭିଯୋଗ ହୋଇଥିବା ବେଳେ ଜନ ଶୁଣାଣୀ ଶିବିରରେ ୭ଟି ଅଭିଯୋଗ କରାଯାଇଥିଲା । ସୂଚନାଯୋଗ୍ୟ ଯେ ୨୦୨୩-୨୪ ଆର୍ôଥକ ବର୍ଷରେ ଉକ୍ତ ବ୍ଲକରେ ୮ ହଜାର ୪୭୨ ଜବ କାର୍ଡ ପଂଜିକୃତ ହୋଇଥିବା ବେଳେ ୧୨ହଜାର ୮ଜଣ ହିତାଧିକାରୀ ସାମିଲ ହୋଇଥିଲେ । ସେଥିମଧ୍ୟରୁ ୨ହଜାର ୭୦୦ ଜବକାର୍ଡରେ ୩ ହଜାର ୮୨୦ଜଣ ବ୍ୟକ୍ତି କାର୍ଯ୍ୟ ପାଇଁ ଆବେଦନ କରିଥିଲେ । ଏଥିମଧ୍ୟରୁ ୨ହଜାର ୬୯୭ ଜବକାର୍ଡରେ ୩ ହଜାର ୧୩୩ ଜଣଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଇଥିଲା । ହେଲେ ୨ ହଜାର ୨୩୦ ଜବ କାର୍ଡରେ ୩ ହଜାର ୧୩୩ଜଣ କାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟ ବାବଦକୁ ୫୮ହଜାର ୭୯୩ ଟି ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ ୧ କୋଟି ୩୪ଲକ୍ଷ ୨୫ ହଜାର ଟଙ୍କା ବ୍ୟୟ କରାଯାଇଥିଲା । ଆୟୋଜିତ ଶିବିରରେ ଉପଜିଲ୍ଲାପାଳ ବିବୁଧ ଗଡନାୟକ, ପଂଚାୟତ ସମିିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ବିଡିଓ ତପନ ମହାପାତ୍ର, ଏବିଡିଓ ଦେବେନ୍ଦ୍ର ପ୍ରଧାନ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଙ୍କିତା ଜାଲି ଆଦି ଉପସ୍ଥିତ ରହି ଅଭିଯୋଗର ଶୁଣାଣୀ କରିଥିଲେ । ବ୍ଲକ ସାମାଜିକ ସମୀକ୍ଷା ସଂଯୋଜକ ସଚିନ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଶିବିରରେ ଏପିଓ ଜ୍ୟୋର୍ତିମୟ ନାୟକ, ଯୋଗାଣ ନିରିକ୍ଷକ ପ୍ରଦୀପ୍ତ ପ୍ରସନ୍ନ ନାୟକଙ୍କ ସହିତ ବିଭାଗୀୟ ଅଧିକାରୀ ଓ ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ, ସରପଂଚ ନିହାର ରଂଜନ ବସ୍ତିଆ, ସମାଜସେବୀ ସମିର ନାୟକ ଆଦି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ