ବ୍ଲକସ୍ତରୀୟ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଶିବିର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ କାଦମ୍ବିନୀ ମଣ୍ଡପ ପରିସରରେ ଗୁରୁବାର ଓଡିଶା ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଆନୁକୁଲ୍ୟରେ ଜଗତସିଂହପୁର ସରକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ସହାୟତାରେ ବ୍ଲକସ୍ତରୀୟ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ବ୍ଳକ ଭାରାପ୍ରାପ୍ତ ସହକାରୀ ଉଦ୍ୟାନ ଅଧିକାରୀ ଦୁର୍ଗା ଚରଣ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅମରେନ୍ଦ୍ର ଦାସ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଦ୍ୱାରା ଚାଷୀ ଭାଇମାନେ ଉପକୃତ ହେବା ସହିତ ଉଦ୍ୟାନ କୃଷି ପାଇଁ ଆଗ୍ରହ ପ୍ରକାଶ କରିବେ । ତେଣୁ ଏହାକୁ ବ୍ଳକସ୍ତରରେ କରାନଯାଇ ପଂଚାୟତସ୍ତରରେ କରିବା ସହିତ ସମସ୍ତ ପଂଚାୟତ ପ୍ରତିନିଧିଙ୍କୁ ସାମିଲ କରିବାକୁ ବିଧାୟକ ମତବ୍ୟକ୍ତ କରିଥିଲେ । ତାଙ୍କ ସହିତ ବିଡିଓ ତପନ କୁମାର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ସାମାଜିକ କର୍ମୀ ଦିଲିପ ଲେଙ୍କା, ବ୍ଳକ କୃଷି ଅଧିକାରୀ ଯୁଗସ୍ମିତା ପାତ୍ର, କୃଷି ବିଜ୍ଞାନ କେନ୍ଦ୍ରର ରୋଗ ପୋକ ବିଶେଷଜ୍ଞ ଦେବାଶୀଷ ପଣ୍ଡା, ବୈଜ୍ଞାନିକ ରବିନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ଗାଁ ଗହଳିରେ ଚାଷୀ ଭାଇ ଭଉଣୀମାନେ ଯେଉଁ ସବୁ ଉଦ୍ୟାନ କୃଷି କରୁଛନ୍ତି ଉକ୍ତ କୃଷିକୁ କିପରି ରୋଗ, ପୋକ ଦାଉରୁ ରକ୍ଷା କରିପାରିବେ ଓ କେଉଁ ରୋଗ ହେଲେ କି କି କୀଟନାଶକ ଔଷଧ ବ୍ୟବହାର କରିବେ ସେ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା । ପ୍ରଶିକ୍ଷକ ଭାବେ କୃଷି ବିଜ୍ଞାନ କେନ୍ଦ୍ରର ରୋଗ ପୋକ ବିଶେଷଜ୍ଞ ଦେବାଶୀଷ ପଣ୍ଡା ଓ ବୈଜ୍ଞାନିକ ରବିନ୍ଦ୍ର ନାୟକ ଯୋଗ ଦେଇ ଉପସ୍ଥିତ ଚାଷୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଉଦ୍ୟାନ କୃଷି ସଂପ୍ରସାରଣ କର୍ମୀ ଦେବାଶିଷ ମହାନ୍ତି ପରିଚାଳନା କରୁଥିବା ବେଳେ ବ୍ଳକର ବିଭିନ୍ନ ପଂଚାୟତରୁ ଚାଷୀମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ